ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର କାନ୍ତ କବି ଜୟନ୍ତୀ ।

ଭୁବନେଶ୍ୱର,୦୯/୧୨/୨୦୨୫ (ଓଡ଼ିଶା ସମାଚାର)- କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଛକଠାରେ ଥିôବା ଉକ୍ତ ବରପୁତ୍ରଙ୍କ, ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଉପସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡ଼. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଛି ।

ଏଥିରେ ବକ୍ତାମାନେ କାନ୍ତ କବିଙ୍କ ଗୁଣାବଳୀର ଅବତାରଣା କରିବାସହ ତାଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ” କବିତା କିପରି ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀ ପ୍ରାରମ୍ଭିକ ସଙ୍ଗୀତ ଭାବରେ ଉତ୍କଳ ଗୋ÷ରବ ମଧୂସୁଦନ ଦାସ ଏବଂ ଉତ୍କଳ ମଣି ଗୋପବନ୍ଧୁ ଦାସ ପ୍ରଭୃତିଙ୍କ ଦ୍ୱାରା ଗୃହୀତ ହୋଇଥିବା କଥା ଉଲ୍ଲେଖ କରିଥିଲେ । ଯାହା ପରବର୍ତୀ କାଳରେ ଓଡ଼ିଶାର ପ୍ରାଦେଶିକ ସଙ୍ଗୀତ ଭାବରେ ମାନ୍ୟତା ଲାଭ କରିଛି । ତାଙ୍କର କ୍ଷୁଦ୍ରଗଳ୍ପ “ବୁଢ଼ା ଶଙ୍ଖାରୀ”ରେ ସେ ଛୋଟବୁଲା ବ୍ୟବସାୟୀଟିଏ ମଧ୍ୟ କିପରି ମାନବିକ ମୂଲ୍ୟବୋଧର ଗଭୀରତମ ପ୍ରଦେଶକୁ ଯାଇପାରେ ତା’ର ଉପସ୍ଥାପନା କରି ସମାଜକୁ ଏକ ଉଚ୍ଚତର ଶିକ୍ଷା ଦେବା ପ୍ରୟାସ ଜାରି ରଖିଛନ୍ତି ।

ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ରୃଦ୍ଧିମନ୍ତ କରିବା ଦିଗରେ ତାଙ୍କର କୃଚ୍ଛ ସାଧନା ଯେ ସ୍ମରଣୀୟ ହୋଇ ରହିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ, କାରଣ ଜୀବନର ଶେଷ ସମୟରେ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ସେ, ଯେଉଁ “କୋଟି କଣ୍ଠେ” କବିତା ଲେଖିଯାଇଛନ୍ତି ତାହା ତାର ଜ୍ୱଳନ୍ତ ଉଦାହରଣ । ତେଣୁ କାନ୍ତ କବିଙ୍କର ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାର ଅଧିକ ଧ୍ୟାନ ଦେବାକୁ ଆଜିର ସଭାରେ ସର୍ବସମ୍ମତ ଦାବି ଉଠିଥିଲା ।

ଆଜିର କାର୍ଯ୍ୟକ୍ରମ ଦ୍ୱୟରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ରନାଥ ମହାନ୍ତି, ପ୍ରଫେସର ଡ଼ା. କାଶୀନାଥ ରଥ, ଅଧିବକ୍ତା ଲକ୍ଷ୍ମୀଧର ଦାଶ, ଶ୍ରୀ ସନ୍ତୋଷ କୁମାର ରାଉତ, ସମ୍ପାଦକ ଡ଼ା. ବାନାମ୍ବର ପରିଡ଼ା, ସ୍ୱାଗତିକା ରାଉତ, କୋଷାଧ୍ୟକ୍ଷ ଶ୍ରୀ ତ୍ରିନାଥ ସାମନ୍ତରାୟ କାର୍ଯ୍ୟନିର୍ବାହୀ ସଦସ୍ୟ ଓ ସଦସ୍ୟା ମାନଙ୍କ ମଧ୍ୟରେ ଦୀନବନ୍ଧୁ ଷଢ଼ଙ୍ଗୀ, ଇଂ.ଜିତେନ୍ଦ୍ର କୁମାର ପାଢ଼ୀ, ସବ୍ୟସାଚୀ ସାମନ୍ତରାୟ, ପଠାଣି ଜେନା, ଉପେନ୍ଦ୍ର କୁମାର ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଞ୍ଜନ କୁମାର ରାଉତ, ଗିରିଜା ଭୂଷଣ ମହାପାତ୍ର, କିଶୋରଚନ୍ଦ୍ର ଜେନା, ସୁଶ୍ରୀ ରାଜମିତ୍ରା ପ୍ରହରାଜ, ଶ୍ରୀମତୀ ଆରତୀ ମିଶ୍ର, କେଶବ ପାଇଲ ଓ ବିକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *