ଯାଜପୁର ୦୯/୧୨/୨୦୨୫ (ଓଡ଼ିଶା ସମାଚାର)-ଯାଜପୁର ବ୍ଲକ ଅନ୍ତର୍ଗତ ଉତ୍ତରଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ ସବୁଜ ବାହିନୀ, ଜିଲ୍ଲା କାର୍ଯ୍ୟ କାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଇକୋ କ୍ଲଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଏକ ଦିବସିୟ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ମୁଖ୍ୟ ବକ୍ତା ସହ ଉଦ୍ୟାନ ନିର୍ଦ୍ଦେଶକ ରାଧେଶ୍ୟାମ ବେହେର।ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସମ୍ମାନୀତ ଅତିଥି ସହ କୃଷି ନିର୍ଦ୍ଦେଶକ ରମାକାନ୍ତ ମହାପାତ୍ର, ମୁଖ୍ୟ ଅତିଥି, ପରିବେଶ ଶିକ୍ଷା କେନ୍ଦ୍ର, ଓଡିଶା ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟ କ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରଭାତ ମୋହନ ଦାସ ପାକଶାଳ। ବଗିଚା ତିଆରିର ଉପାଦେୟତ। ଓ କିପରି ଏହାର ତିଆରି ଇକୋ କ୍ଲଵ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ଆବାହକ ଡଃ ଶରତ କୁମାର ସାହୁ ପାକଶ।ଳା ବଗିଚା ନିର୍ମାଣ ସମ୍ପର୍କୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟ କ୍ରମର ଉଦ୍ଦେଶ୍ୟ,ନିୟମାବଳୀ ଓ ଉପାଦେୟତା ସମ୍ବନ୍ଧରେ ପ୍ରୋଜେକଟର ମାଧ୍ୟମରେ ବର୍ଣନା କରିଥିଲେ । ଉକ୍ତ ଉଚ୍ଚ ବିଦ୍ୟାଳରେ ଏକ ପକଶାଳ। ବଗିଚା ଅତିଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ଏଥିରେ ବିଭିନ୍ନ ଶାଗ ଓ ପନିପରିବା ଚାରା ଲଗାଯାଇଥିଲା ଓ ମଞ୍ଜି ବୁଣା ଯାଇଥିଲା । ଏହା ସହିତ ସବୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉଦ୍ୟାନ ପାଇଁ ବିଭିନ୍ନ ମଞ୍ଜି ଓ ଚାରା ବଣ୍ଟନ କରାଯାଇଥିଲା । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନି ଗୋପାଳ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।
ମୁଖ୍ୟ ପ୍ରଶିକ୍ଷକ ବିଷ୍ଣୁ ଚରଣ ସାହୁ ଧନ୍ୟବାଦ ଦେବା ସହିତ. ବିଜୟ ମୋହନ ରାୟ ପାକ ଉଦ୍ୟାନ ସମ୍ୱନ୍ଧରେ ବର୍ଣନା କରିଥିଲେ । ଇକୋ କ୍ଲଵ ଛାତ୍ରୀ ମାନେ ଉଦ୍ଘାଟନୀ ସଂଗୀତ ଗାନ କରିଥିଲେ । ପ୍ରତ୍ୟେକ ଶିକ୍ଷକଙ୍କୁ ଶେଷରେ ପ୍ରଶିକ୍ଷଣ ସମ୍ବନ୍ଧୀୟ ପ୍ରମାଣ ପତ୍ର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ସାମ୍ମାନୀତ ଅତିଥି ଉଦ୍ୟାନ ସହ ନିରୀକ୍ଷକ ଶ୍ରୀଯୁକ୍ତ ହରମୋହନ ମହାପାତ୍ର ପାକ ଉଦ୍ୟାନ ନିର୍ମାଣ ଓ ଉପାଦେୟତା ସମ୍ବନ୍ଧରେ ଆଲୋକପ।ତ କରିଥିଲେ । ବିଦ୍ୟାଳୟର ଇକୋ କ୍ଲଵ ଶିକ୍ଷକ ସନ୍ତୋଷ କୁମାର ଦାସ ଓ ଅନ୍ୟ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
