ପୁଣ୍ୟ ତିଥିରେ ବସନ୍ତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା ୨୯/୦୭/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) -ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଳିତଗିରି ପଂଚାୟତର ଆଧ୍ୟାତ୍ମିକବାଦୀ ପୁରୁଷ ତଥା ସମାଜସେବୀ ବସନ୍ତ ଶତପଥୀଙ୍କ ପ୍ରଥମ ବାର୍ଷିକ ସ୍ମୁତି ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଅଂଚଳର ଜଣାଶୁଣା ସମାଜସେବୀ ତଥା ପୂର୍ଵତନ ସରପଞ୍ଚ ଜିତେନ୍ଦ୍ର ଶତପଥୀଙ୍କ ପିତା ସ୍ବର୍ଗତ ବସନ୍ତ କୁମାର ଶତପଥୀଙ୍କ ବହୁମୁଖୀ ପ୍ରତିଭା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ ।

ଏହି କାର୍ୟ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଶତପଥୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଥିଲେ ସମାଜସେବୀ ଋଷି କୁମାର ରାଉତ, ଲଳିତଗିରି ସମିତିସଭ୍ୟ ଧ୍ରୁବ ଚରଣ ସାମଲ,ବରିଷ୍ଟ ସାମ୍ବାଦିକ ଅଖିଳେଶ ମହାନ୍ତି,ଦୀପକ୍ କୁମାର ସାହୁ,ଅସିତ୍ ସାମଲ ,ଅଶୋକ ଦାଶ ,ଯଯାତି ସିଂ,ଅମର ସିଂହ, ଯଜ୍ଞାସେନି ଜେନା,ନିର୍ମଳ ରାଉତ,ଯୁବ ସଂଗଠକ ଭକ୍ତ ସ୍ୱାଇଁ,କୃଷକ ନେତା ବିଶ୍ବନାଥ ଜେନା,ବିଜେଡ଼ି ବ୍ଲକ ସଭାପତି ରାଜ କିଶୋର ଜେନା , ନିଶ୍ଚିନ୍ତକୋଇଲି ପୂର୍ବତନ ସରପଂଚ ଦେବେନ୍ଦ୍ର ସାହୁ,ରମେଶ ସ୍ୱାଇଁ,ସମିତିସଭ୍ୟ ମନୋରଞ୍ଜନ ନାୟକ,ବ୍ଲକ ଆତ୍ମାର ଅଧ୍ୟକ୍ଷ କିଶୋର ରାଉତ,ଉପେନ୍ଦ୍ର ନାଥ ରଣା, ପନଗ ଭୂଷଣ ଦାସ, ମନୋରଞ୍ଜନ ବିଶ୍ୱାଳ, ଅଶୋକ ବିଶ୍ୱାଳ, ପ୍ରମୁଖ ଯୋଗଦେଇ ଦିବଂଗତ ପୁରୁଷ ବସନ୍ତ ଶତପଥୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *