କଟକ,୦୮/୧୨/୨୦୨୫(ଓଡିଶା ସମାଚାର/ ଅଭୟ ଜେନା) କଟକ ଜିଲ୍ଲା ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ବ୍ୟାଗ ତିଆରି କାରଖାନା ରେ ଭାୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟ କ୍ଷତି ଘଟିଛି । ସୂଚନା ଅନୁଯାଇ ‘ଜଗା କାଳିଆ ପଲିପ୍ୟାକ୍ ଏଣ୍ଟରପ୍ରାଇଜେସ’ ନାମକ କାରଖାନା ରେ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
ଖବର ପାଇ, କଟକ, ଚାଉଳିଆଗଞ୍ଜ, ଚୌଦ୍ୱାର ଆଦି ସ୍ଥାନରୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସଟ ସର୍କିଟ ରୁ ଅଗ୍ନିକାଣ୍ଡ ହୋଇଥାଇ ପରେ ବୋଲି ଅନୁମାନ କରାଯାଉଛି । କାରଖାନା ମଧ୍ୟରେ ବିପୁଳ ପରିମାଣ ରେ ପ୍ଲାଷ୍ଟିକ ଅଖା ଓ ଜରି ରହିଥିବାରୁ ଅଗ୍ନିକାଣ୍ଡ ରେ ବିପୁଳ କ୍ଷତି ଘଟିଛି ।
