କଟକ ସଦର ବ୍ଲକ: ମିଥ୍ୟା ଚିକିତ୍ସା ବିଲ୍ କରି ୫ ଲକ୍ଷ ହଡପ ଅଭିଯୋଗ

କଟକ ସଦର,୦୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରୁ ଦୂର୍ନିତୀ ପିଛା ଛାଡୁ ନଥିବା ବେଳେ ଏବେ ଆଉ ଏକ ନୂଆ ଠକେଇ ଦାଣ୍ଡରେ ପଡି ହାଟରେ ଗଡଗଡଉଛି। ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ମିଥ୍ୟା ଚିକିତ୍ସା ବିଲ୍ ଦେଇ ବ୍ଲକ ର ତିନି ଜଣ କର୍ମଚାରୀ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ରୁ ଜଣାପଡିଛି।

ପ୍ରକାଶ ଯେ ବ୍ଲକ ର ଦୁଇଜଣ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ନିରାକାର ମିଶ୍ର ଓ ବିକାଶ ପ୍ରଧାନ ଙ୍କ ସମେତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପରିବାର ଲୋକଙ୍କୁ ଅସୁସ୍ଥ ଦର୍ଶାଇ ଜିଏସଟି ନଥିବା ମିଛ ବିଲ୍ ଦେଇ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏସବୁ ଜାଣିବା ପରେ ବିଡ଼ିଓ ଚୁପ୍ ରହିବାକୁ ନେଇ ବ୍ଲକ ର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯଦି ଏହାର ଭିଜିଲାନ୍ସ ତଦନ୍ତ କରାଯିବ ତେବେ ଉକ୍ତ ଠକେଇ ଘଟଣା ସହିତ ଆହୁରି ଅନେକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *