ବଡ଼ବିଲ, ୧୩/୦୩/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ କାରାଖେଣ୍ଡରା ରୁଙ୍ଗଟା ଷ୍ଟିଲ କମ୍ପାନୀର ଲୁହା ରଡ଼ ଚୋରି ଘଟଣାରେ ବଡ଼ବିଲ ପୋଲିସ ଦ୍ଵାରା ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜେନ୍ଦ୍ର ରାଣା ଓ ରଞ୍ଜିତ କୁମାର ସିହ୍ନା । ସୂଚନା ଅନୁସାରେ ଜେନ୍ ଟ୍ରାଡ୍ରେସ ନାମକ ଏକ ଟ୍ରାନ୍ସପୋଟ କମ୍ପାନୀ କାନପୁର ସହରକୁ ୩୪ ଟନ୍ ରୁଙ୍ଗଟା ଟିଏମଟି ଲୁହା ରୋଡ ନେବା ପାଇଁ NL01L 7082 ନମ୍ବର ବିଶିଷ୍ଟ ଏକ ଟ୍ରଲର କାରାଖେଣ୍ଡରା ରୁଙ୍ଗଟା ଷ୍ଟିଲ କମ୍ପାନୀକୁ ଆସିଥିଲା । ଏବଂ ୩୪ ଟନ୍ ଲୁହା ରଡ଼ ବୋଝେଇ କରି ଯାଇଥିଲା । ଟ୍ରଲର ମାଲିକ ରଞ୍ଜିତ କୁମାର ସିହ୍ନା ଓ ରାଜେନ୍ଦ୍ର ରାଣା ମିଛ ବିଲ ତିଆରି କରି ଉକ୍ତ ଲୁହା ରଡ଼ କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ ଚଳାଇଲେ । ଦୁଇ ଅଭିଯୁକ୍ତ ରାସ୍ତାରେ ୧୦ ଟନ୍ ଲୁହା ରଡ଼ ଗୁଡ଼ିକୁ JH05AF 3677 ନମ୍ବର ବିଶିଷ୍ଟ ଏକ ୪୦୭ ଗାଡ଼ିରେ ଲୋଡ଼ କରି NL01L 7082 ନମ୍ବର ବିଶିଷ୍ଟ ଟାଟା ର ଆଦିତ୍ୟ ପୁର ଅଞ୍ଚଳ ରେ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଆଉ ଏକ ଅଠର ଚକିଆ ଟ୍ରଲରକୁ ମଧ୍ୟ କାଟି ସ୍କ୍ରାଫ କରି ବିକ୍ରୀ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ବଡ଼ବିଲ ପୋଲିସ ଅତର୍କିତ ଚଢ଼ାଉ କରି ଉକ୍ତ ଦୁଇ ଗୋଟି ଗାଡିକୁ ଜବତ କରିବା ସହ ୧୦ ମେଟ୍ରିକ୍ ଟନ୍ ଲୁହା ରଡ଼ ଅଭିଯୁକ୍ତଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଅଧକଟା ଗାଡି ଏଵଂ ଦେଢ ଲକ୍ଷ ଟଙ୍କା କୁ ଜବତ କରି ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ରଡ଼ ଚୋର ଙ୍କୁ ଧରିଲା ବଡ଼ବିଲ ପୋଲିସ.
