ଭୁବନେଶ୍ୱର,୨୭/୦୧/୨୦୨୬ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ବିଚାରଧାରାର ସାରସ୍ବତ ମଞ୍ଚ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାର ବାର୍ଷିକ ସାଧାରଣ ସଭା ତଥା ନୂତନ କାର୍ୟ୍ୟକାରିଣୀ ଗଠନ ପ୍ରକ୍ରିୟା ସ୍ଥାନୀୟ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପୁରୁଣା କାର୍ୟ୍ୟକାରିଣୀ ର ଅବଧି ପୁରି ଯାଇଥିବାରୁ ସର୍ବସମ୍ମତ୍ତିକ୍ରମେ ପରିଷଦର ଅଧ୍ୟକ୍ଷ ଭାବେ ନାଇଜର, ଜଟଣୀର ପୂର୍ବତନ କୂଳସଚିବ ତଥା ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଡ. ଅଭୟ କୁମାର ନାୟକ ପୁନଃ ଅଧ୍ୟକ୍ଷ ଭାବେ ସର୍ବସମ୍ମତ୍ତିକ୍ରମେ ମନୋନୀତ ହୋଇଛନ୍ତି।
ଉପାଧ୍ୟକ୍ଷ ଭାବେ ଡ. ସ୍ମରପ୍ରୀୟା ମିଶ୍ର ଓ ଡ. ଅଭୟ କୁମାର ନାୟକ, ସାଧାରଣ ସମ୍ପାଦକ ଭାବେ ଡ. ସନ୍ତୋଷ କୁମାର ମହାପାତ୍ର, ସଂଗଠନ ସମ୍ପାଦକ ଭାବେ ଶ୍ରୀ ନାରାୟଣ ନାୟକ, ସମ୍ପାଦକ ଭାବେ ଶ୍ରୀ ବିରଂଚି ନାରାୟଣ ପଣ୍ଡା, ଶ୍ରୀମତୀ ପ୍ରତିଭା ପ୍ରିୟଦର୍ଶିନୀ, ଇଂ. ସତ୍ୟଜିତ ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ଇଂ. ପ୍ରଦୀପ୍ତ କୁମାର ଦାଶ ସର୍ବସମ୍ମତ୍ତିକ୍ରମେ ମନୋନୀତ ହୋଇଛନ୍ତି। ସେହିପରି କାର୍ୟ୍ୟକାରିଣୀ ସଦସ୍ୟ ଭାବେ ଡ. ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, ଡ. କାଳୀକିଂକର ପଟ୍ଟନାୟକ, ଡ. ଶିବପ୍ରିୟା ମିଶ୍ର, ଡ. ରଘୁନାଥ ଓଝା, ଡ. ଅମୂଲ୍ୟରତ୍ନ ମହାନ୍ତି, ଡ. ସଂଘମିତ୍ରା ମହାପାତ୍ର, ସର୍ବଶ୍ରୀ ରାମକୃଷ୍ଣ ତ୍ରିପାଠୀ, ହେମନ୍ତ କୁମାର ମୁଣ୍ଡ୍, ସଂଯୁକ୍ତା ପରିଛା, ସ୍ୱାମୀ ଜୟଦେବ ଭାରତୀ, ଭ୍ରମରବର ସାହୁ, ଏ. ସନ୍ତୋଷ କୁମାର ପାତ୍ର, ଅବିନାଶ ଦାସ, ଡ. ପ୍ରମୋଦିନୀ ଜେନା, ଡ. ସୁବାସ ଚନ୍ଦ୍ର ପଣ୍ଡା, ଡ. ରମାକାନ୍ତ ମହନ୍ତ ଓ ଗୋପାଳକୃଷ୍ଣ ପାଢୀ ମନୋନୀତ ହୋଇଛନ୍ତି।
ଏହି ସଭାର ମୁଖ୍ୟ ଅତିଥି ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀ ଋଷି କୁମାର ମିଶ୍ର ସାମ୍ପ୍ରତିକ ପରିସ୍ଥିତିରେ ସାହିତି୍ୟକମାନଙ୍କ ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ଡ. ସନ୍ତୋଷ କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଇଂ. ଦାଶ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ସଂଗଠନ ସମ୍ପାଦକ ଶ୍ରୀ ନାରାୟଣ ନାୟକ ସାଂଗଠନିକ ଚର୍ଚ୍ଚା କରିଥିଲେ। ବିଦାୟୀ ଅଧ୍ୟକ୍ଷ ଡ. ରମେଶ ପତ୍ରୀଙ୍କ ପ୍ରେରିତ ଶୁଭେଛା ବାର୍ତ୍ତା ପାଠ କରାଯାଇଥିବା ବେଳେ ନୂତନ ଅଧ୍ୟକ୍ଷ ଡ. ରଘୁନାଥ ପଣ୍ଡା ତାଙ୍କର ବକ୍ତବ୍ୟ ରଖିଥିଲେ। ଶେଷରେ ଶ୍ରୀ ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ ଓ ଅବିନାଶ ଦାସ ଶାନ୍ତିପାଠ କରିଥିଲେ। ସାହିତ୍ୟରେ ଦୃଢ଼ ରାଷ୍ଟ୍ରୀୟ ବିଚାରଧାରାର ଉନ୍ମେଷ ଓ ଔପନିବେଶିକତାର ବିଲୟରେ ଏକ ସ୍ବଧର୍ମ, ସ୍ୱସଂସ୍କୃତି ସମ୍ପନ୍ନ ସାହିତ୍ୟ ସୃଷ୍ଟିର ରଚନାତ୍ମକ କାର୍ୟ୍ୟାରମ୍ଭର ସଂକଳ୍ପ ସହ ସଭାର ସମାରୋପ କରାଯାଇଥିଲା।
