କଟକ ସଦର,୦୮/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ-ପାରାଦୀପ ଓ କଟକ ଜଗତସିଂହପୁର ରାସ୍ତାର ତ୍ରିଛକି ସର୍ବପୁରାତନ କନ୍ଦରପୁର ଵଜାରରେ ଥିବା କ୍ଷୁଦ୍ର ଵ୍ୟଵସାୟୀ ଙ୍କ ଦୋକାନ ଘରକୁ ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥ ନବୀକରଣ ପାଇଁ ଉଛେଦ କରାଯାଇଛି। ଏଥିପାଇଁ ଶହ ଶହ ବର୍ଷ ଧରି ବ୍ୟବସାୟ କରୁଥିବା ଵ୍ୟଵସାୟୀ ମାନେ ଏଵେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ହେଲେ ଉଛେଦ ହୋଇଥିବା ଵ୍ୟଵସାୟୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ସହିତ ସମସ୍ତଙ୍କୁ ଥଇଥାନ ର ବ୍ୟବସ୍ଥା କରାଯିବ ବୋଲି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଦେଇଥିବା ନିର୍ଭର ପ୍ରତିଶ୍ରୁତି କୁ ବର୍ଷେ ପୁରି ଥିବା ବେଳେ ପ୍ରତିଶ୍ରୁତି କେବଳ ପାଣିର ଗାର ସଦୃଶ ହୋଇଛି।
ଏଥିପାଇଁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ ଯେ ବିଧାୟକ ଙ୍କ ପ୍ରତିଶ୍ରୁତି ଓ ଆଶ୍ୱ।ସନା ଅନୁଯାୟୀ ପ୍ରଶାସନ ଦୋକାନ ଘର ଗୁଡ଼ିକ ବଳପୂର୍ବକ ଉଛେଦ କରିବା ପୂର୍ବରୁ ଵ୍ୟଵସାୟୀ ମାନେ ସ୍ୱତଃ ପ୍ରବୃତ ଭାବେ ନିଜେ ନିଜେ ଭାଙ୍ଗି ଦେଇ ଏବେ ଦାଣ୍ଡର ଭିକାରୀ ସାଜିଥିବା ଅଭିଯୋଗ ହେଉଛି। ଯଦି ବିଧାୟକ ଙ୍କର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ ରହିଯାଏ ତେବେ ଵ୍ୟଵସାୟୀ ମାନେ ଆଉ କହିବେ କାହାକୁ ଶୁଣିବ ବା କିଏ ନ୍ୟାୟରେ କପାଳକୁ ଆଦରି ଚୁପ୍ ରହିବାକୁ ବାଧ୍ୟ ହୋଇଥିବା ଜଣାପଡିଛି।
