ଜଗତସିଂହପୁର,୦୮/୧୨/୨୦୨୫ (ଓଡ଼ିଶା ସମାଚାର)-କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ NFDB, Hydrabad ର ଆର୍ଥିକ ସହାୟତାରେ ରଙ୍ଗୀନ ମାଛ ଚାଷ ବିଷୟରେ ୧ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମରେ ଜଗତସିଂପୁର ଜିଲ୍ଲାର ବିଭିନ୍ନ ଗ୍ରାମରୁ ୩୦ ରୁ ଉର୍ଦ୍ଧ ଚାଷୀ ଭାଗ ନେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକଙ୍କ ଉପସ୍ଥିତିରେ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମତ୍ସ୍ୟ ବିଶେଷଜ୍ଞ ଶ୍ରୀମତୀ ସରିତା ଦାସ ଭାଗ ନେଇଥିବା ଚାଷୀମାନଙ୍କୁ ଉତ୍ତମ ବୈଜ୍ଞାନିକ ପ୍ରଣାଳୀରେ ରଙ୍ଗୀନ ମାଛ ଚାଷ ଏବଂ ଏହାର ସହଜ ପ୍ରଣାଳୀରେ ପ୍ରଜନନ ବିଷୟରେ ଅବଗତ କରାଇଥିଲେ। ଛୁଆ ଦେଉଥିବା ମାଛ ମଲ୍ଲି, ଗପୀ, ସୋଡଟେଲ୍, ପ୍ଲାଟି ଓ ଅଣ୍ଡା ଦେଉଥିବା ରଙ୍ଗୀନ ମାଛ କୋଇକାର୍ପ, ଗୋଲ୍ଡ ଫିସ, ଚିଚିଲିଡ୍ସ, ଟେଟ୍ରା, ବାର୍ବ ଆଦି ଲାଭଜନକ ରଙ୍ଗୀନ ମାଛ ପ୍ରଜାତି ଉପରେ ବିଶେଷ। ଭାବରେ ତଥ୍ୟ ପ୍ରଦାନ କରାଯାଇଥିଲା ଓ ରଙ୍ଗୀନ ମାଛର ରୋଗ ଯଥା କଟନ ଉଲ୍ ଡିଜିଜ, ବ୍ୟାକ୍ଟରିୟାଲ ଡିଜିଜ ଆଦି ରୋଗ ଓ ଏହାର ନିରାକରଣ ପଦ୍ଧତି ଉପରେ ବିଶେଷ ଦୃଷ୍ଟିପାତ କରାଯାଇଥିଲା।
ବିଭିନ୍ନ ଲାଭ ଜନକ ପ୍ରଜାତିର ରଙ୍ଗୀନ ମାଛ ଏବଂ ଏହାର ଚାଷ ପ୍ରଣାଳୀ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରାଯାଇଥିଲା।ଅତିଥି ରୂପରେ କୁଜଙ୍ଗ AFO ସ୍ଵସ୍ତିକ ସତ୍ୟରଞ୍ଜନ ,SFTA ବିଧାନଚନ୍ଦ୍ର ଦାସ, ତିର୍ତ୍ତୋଲ JFTA ପ୍ରିୟଙ୍କା ମହାନ୍ତି ଯୋଗଦାନ କରି ରଙ୍ଗୀନ ମାଛର ଉତ୍ତମ ପରିଚାଳନା ଓ ଏହି ଚାଷରେ ଥିବା ସରକାରୀ ସୁବିଧା ସୁଯୋଗ ବିଷୟରେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ,ସସ୍ମିତା ପୁରୋହିତ, ବଳିଆ ମାଝୀ, ରୁଦ୍ରପ୍ରତାପ ସ୍ୱାଇଁ,ବିଜୟିନୀ ସାହୁ ସହଯୋଗ କରିଥିଲେ।
