‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ “ସଂଗୀତ ଓ ସାହିତ୍ୟ ପରସ୍ପର ନିର୍ଭରଶୀଳ, ଗୀତରେ ସାହିତ୍ୟ ଅଛି ।”

ଭୁବନେଶ୍ୱର, ୨୭/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗୀତ, ସଂଗୀତ ଓ ସାହିତ୍ୟ ପରସ୍ପର ନିର୍ଭରଶୀଳ । ଗୀତରେ ସାହିତ୍ୟ ଅଛି । ଗୀତି କବିତା ଓଡ଼ିଆ ସାହିତ୍ୟର ପ୍ରମୁଖ ଅଙ୍ଗ ବୋଲି ପ୍ରସିଦ୍ଧ ଗାୟକ ଓ ସଂଗୀତ ନିର୍ଦ୍ଧେଶକ ଦେବାଶୀଷ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ଆଜି ସଂଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ”ରେ ଅତିଥି ଭାବରେ ଯୋଗଦେଇ ଶ୍ରୀ ମହାପାତ୍ର ସୃଜନର ସମନ୍ୱିତ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ।
ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ରକ୍ଷକ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ର ତାଙ୍କ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ସଂଗୀତ ଯାତ୍ରାର ବିସ୍ତୃତ ବିବରଣୀ ପ୍ରଦାନ କରି ତାଙ୍କ ସଂଗୀତ ସାଧନାର ପ୍ରେରଣା, ପରିବେଶ, ଗୀତିକବିତା ଓ ସୁଗମ ସଂଗୀତରେ ତାରତମ୍ୟ, ସମ୍ମାନ ଓ ଅନୁଭୂତି ଉପରେ ଆଲୋକପାତ କରିଥିଲେ । ଡ. ପ୍ରଦୀପ୍ତ କୁମାର ବାରିକ, ଶ୍ରୀବାସ ମହାପାତ୍ର, ବିଭୂତିି ପାଣିଗ୍ରାହୀ ଓ ଗିରୀଶ ପ୍ରସାଦ ସ୍ୱାଇଁ ପ୍ରମୁଖ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ‘ଏ ମାସର କଥାକାର’ ଭାବରେ ଯୋଗଦେଇ ଅମ୍ବିକା ସ୍ୱାଇଁ ସ୍ୱରଚିତ ଗଳ୍ପ ପାଠ କରିଥିଲେ ।
ଡ. ଅଭୟ ନାରାୟଣ ନାୟକ, ଜୟଶ୍ରୀ ପଟ୍ଟନାୟକ ଓ ବିଜନବାଳା ପାଟଯୋଶୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋସôବରେ ସତ୍ୟ ନାରାୟଣ ସିଂହ, ନନ୍ଦକିଶୋର ବିଶ୍ୱାଳ, ଭିକାରୀ ଧଳ, ମନମୋହନ ମିଶ୍ର, ନୃସିଂହ ତରାଇ, ଅନୁରାଧା ମିଶ୍ର, ମିନତୀ ମିଶ୍ର, ଇତିଶ୍ରୀ ପତି, ପ୍ରଦୁ୍ୟମ୍ନ ପଟ୍ଟନାୟକ, ରଶ୍ମୀ ରାଉତ, ସନ୍ତାପ ଜେନା, ସବିତା ଶତପଥୀ, ବିରଂଚି ନାରାୟଣ ଶତପଥୀ ଓ ଆଭାସ ବରାଳ ପ୍ରମୁଖ କବିତା ପାଠ କରିଥିଲେ ।

Leave a Reply

Your email address will not be published. Required fields are marked *