ମହାଲକ୍ଷ୍ମୀ ସେବା ସଂଗଠନ ର କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ

ଭୁବନ,୦୭/୧୨/୨୦୨୫ (ଓଡ଼ିଶା ସମାଚାର)-ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ , ବଉଳ ଛକ ,ଲତାବିଲ ର ଉଦୀୟ ମାନ ଯୁବକ ମାନଙ୍କୁ ନେଇ “ଶ୍ରୀ ମହାଲକ୍ଷ୍ମୀ ସେବା ସଂଗଠନ” ନାମରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଠିତ ହୋଇଛି । ସର୍ବ ସମ୍ମତି କ୍ରମେ ସନ୍ତୋଷ କୁମାର ସାହୁ ସଭାପତି,ପ୍ରଦୀପ୍ତ କୁମାର ମହାରଣା ସମ୍ପାଦକ, ମନୋଜ କୁମାର ଦାସ କୋଷାଧ୍ୟକ୍ଷ, ଦିଲ୍ଲୀପ କୁମାର ରାଉତ,ପ୍ରକାଶ ରାଉତ ଉପ ସଭାପତି, ଜଳଧର ବେହେରା ସହ ସମ୍ପାଦକ ଏବଂ ସଞ୍ଜୀବ କୁମାର ମହାନ୍ତି ଏବଂ ଅକ୍ଷୟ ବିହାରୀ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି ।

କାର୍ଯ୍ୟକାରୀ ସଦସ୍ୟ ଭାବେ ଉମେଶ ଚନ୍ଦ୍ର ଦାସ,ପ୍ରଶାନ୍ତ ମହାନ୍ତି,ସୌମ୍ୟ ରଂଜନ ପାଲ,ଲକ୍ଷ୍ମୀକାନ୍ତ ସାହୁ,ବଳରାମ ଦାସ,ଚିନ୍ମୟ ମହାରଣା,ଦୁର୍ଯୋଧନ ବେହେରା ଙ୍କୁ ଚୟନ କରାଯାଇଛି । ସାମାଜିକ କାର୍ଯ୍ୟ ଓ ସେବା କୁ ଗୁରୁତ୍ଵ ଦେଇ ଅନୁଷ୍ଠାନ ତରଫରୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହିତ କୁମର୍ଦ୍ଦା ଗ୍ରାମ ରେ ଅଭାବୀ ଲୋକ ଙ୍କୁ ଶୀତ ବସ୍ତ୍ର ( କମ୍ବଳ) ବଣ୍ଟନ କରାଯାଇଥିଲା । ପରେ ଆମ୍ବବାହାଳି ଧୋଡା ଠାରେ ଏକ ବନ୍ଧୁ ମିଳନର ଆୟୋଜନ କରାଯାଇଥିଲା । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *