କିଶନନଗର ପୋଲିସ ବିରୁଧରେ ମାନବିକ ଅଧିକାର ଆୟୁକ୍ତଙ୍କ ନିକଟରେ ଫେରାଦ ହେଲେ ବିଜେଡ଼ି ନେତା

କଟକ ସଦର,୬/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ମାସ ୨୧ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀରେ କିଶନନଗର ପୋଲିସ ବିରୁଧରେ ସାଂଘାତିକ ଅଭିଯୋଗ କରି ପୂର୍ବ ଘୋଷଣା ଅନୁଯାୟୀ କଟକ ସଦର ନିଶ୍ଚିନ୍ତକୋଇଲି ବ୍ଲକ୍ ବିଜେଡ଼ି ଉପସଭାପତି ତଥା ମାଣପୁର ପଞ୍ଚାୟତ ବିଜେଡ଼ି ସଭାପତି ରୁସ୍ତମ ମହମ୍ମଦ ଜାତୀୟ ମାନବିକ ଅଧିକାର ଆୟୁକ୍ତ (ଏନଏଚଆରସି), ଓଡ଼ିଶା ମାନବିକ ଅଧିକାର ଆୟୁକ୍ତ(ଓଏଚଆରସି)ଙ୍କ ନିକଟରେ ଫେରାଦ ହେବା ସହିତ ଅଦାଲତରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଘଟଣାକ୍ରମ ଅନୁଯାୟୀ ଗତ ଜୁନ ୨୮ ତାରିଖ ରାତିରେ ରୁସ୍ତମ ତାଙ୍କର କେତେକ ସହଯୋଗୀଙ୍କ ସହିତ ସାଲେପୁର ଅଞ୍ଚଳରୁ ଏକ ଵିଵାହ ଭୋଜି କାର୍ୟ୍ୟକ୍ରମରେ ଯୋଗଦେଇ କିଶନନଗର ଥାନା ଗଡା ଦେଇ ଗଡମା ଘରକୁ ଫେରୁଥିବାବେଳେ ସାମାନ୍ୟ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ରକରି ତାଙ୍କ ଚାରିଚକିଆ ଗାଡିକୁ ଭଙ୍ଗାରୁଜା ହୋଇଥିଲା। ଏଥିସହିତ ତାଙ୍କୁ ଆକ୍ରମଣ କରାଯିବାକୁ ଉଦ୍ୟମ ହେଵାରୁ ସିଏ ଜୀବନ ବିକଳରେ ଘରପାଖକୁ ପଳାଇଥିଲେ। ହେଲେ ଆକ୍ରମଣକାରୀମାନେ ତାଙ୍କୁ ପିଛା କରି ଗଡମା ପର୍ୟ୍ୟନ୍ତ ଯାଇଥିବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ରୁସ୍ତମ କାବୁ କରି ପୋଲିସକୁ ଖଵର ଦେଇଥିଲେ। ପୋଲିସ ପହଞ୍ଚି ଅଭିଯୁକ୍ତ ଦୁଇଜଣଙ୍କ ସହିତ ଅଭିଯୋଗକାରୀ ରୁସ୍ତମଙ୍କୁ ଥାନାକୁ ନେଇ ରାତିରେ ଅଟକ ରଖି ପରଦିନ ଉଭୟଙ୍କ ଏଫ୍ ଆଇ ଆର୍ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ହେଲେ ଅଭିଯୁକ୍ତଙ୍କ ବିରୁଧରେ କୋହଳ ଦଫା ଲଗାଯାଇଥିଵାରୁ ସେମାନେ ଅଦାଲତ ଦୂଆର ମୁହଁରୁ ଜାମିନ ପାଇଁ ଘରକୁ ଫେରିଥିବା ବେଳେ ରୁସ୍ତମଙ୍କୁ ସଙ୍ଗୀନ ଦଫା ଓ ଆଟ୍ରୋସିଟି ମାମଲାରେ କାରାଗାର ଯିବାକୁ ପଡ଼ିଥିଲା। ଜାମିନ ପାଇ ରୁସ୍ତମ ଆସିବା ପରେ ଏଫଆଇଆର କପି ଥାନାରୁ ଆଣି ଦେଖିବାକୁ ପାଇଲେ ଯେ ତାଙ୍କ ଏଫଆଇଆରରେ ଲେଖାଯାଇଥିବା ବନ୍ଧୁକ ଶବ୍ଦ କଟା ଯାଇଛି ଏଵଂ ଖଣ୍ଡାଶବ୍ଦକୁ ବଦଳାଇ ରଡ଼ କରାଯାଇଛି। ଏଥିସହିତ ଅଜଣା ଅଶୁଣା ଅଭିଯୋଗ କରିଥିବା ଅଭିଯୋଗକାରୀ ହରିଜନ ନୁହଁନ୍ତି। ପୋଲିସ କୈ।ଣସି ସିସି ଫୁଟେଜ ଯାଞ୍ଚ ନକରି ଏଵଂ ଉପଯୁକ୍ତ ତଦନ୍ତ ନକରି ତରବରିଆ ଓ ଉଦେଶ୍ୟ ପ୍ରଣୋଦିତ ଭାବେ ଗିରଫ କରିଥିବା କୁ ନେଇ ରୁସ୍ତମ କିଶନନଗର ଥାନା ଅଧିକାରୀ ରଶ୍ମୀରଂଜନ ଦାଶ ଓ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ପ୍ରଧାନଙ୍କ ବିରୁଧରେ ମାନବିକ ଅଧିକାର କମିଶନ ଙ୍କ ସହିତ ଅଦାଲତରେ ମାମଲା ଦାୟର କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *