ମଣିଵାଡ ଆଦିବାସୀ ବସ୍ତିରେ ସମାଜସେବୀ ମନୋଜ ନାୟକ ଙ୍କ କମ୍ବଳ ବଣ୍ଟନ 

କଟକ ସଦର,୦୭/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଏହାର ସଭାପତି ସମାଜସେବୀ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ କଟକ ସଦର ନିର୍ବାଚନମଣ୍ଡଳୀର ଅନେକ ସ୍ଥାନରେ ନିରାଶ୍ରୟ ଆଦିବାସୀ ଓ ହରିଜନ ପରିବାରର ଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରି ପ୍ରଶଂସା ସାଉଁଟିଵାରେ ଲାଗିପଡିଛନ୍ତି। ପ୍ରଫେସର ନାୟକ ଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ରବିବାର ଦିନ  ଵୈୟାଳିସ ମୈ।ଜା ଝାରକଟା ପଞ୍ଚାୟତ ମଣିଵାଡ ଆଦିବାସୀ ବସ୍ତିରେ ପ୍ରଫେସର ନାୟକ ସଂଗଠନ ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ସହିତ କମ୍ବଳ ବଣ୍ଟନ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *