ଢେଙ୍କାନାଳ, ୧୪/୦୪/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଆ ପକ୍ଷ ଏବଂ ଓଡ଼ିଆ ନବବର୍ଷ ଅବସରରେ ଉପ-ଖଣ୍ଡ ସ୍ତରୀୟ ରାସୋଳ ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଅଛି। ଏହି ମେଳାରେ ଆଜି ପ୍ରଥମ ଦିନରେ ମାନ୍ୟବର ମନ୍ତ୍ରୀ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳ ବିଧାୟିକା ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷା ଶ୍ରୀମତୀ ସୀମାରାଣୀ ନାୟକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବରୁଣ କୁମାର ସର, ରାସୋଳ ସରପଞ୍ଚ ଶ୍ରୀଯୁକ୍ତ ଦିବାକର ନାଏକ, ବ୍ଲକ ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ଗହଣରେ ଉଦଘାଟନ କରିବା ସହିତ ବିଭିନ୍ନ ଷ୍ଟଲ୍ ବୁଲିଦେଖିଥିଲେ।ଏହି ମେଳା ଦ୍ୱିତୀୟ ବର୍ଷ ପାଇଁ ଆୟୋଜିତ ହେଉଥିବାରୁ ଏହା ଅଞ୍ଚଳର ସାଂସ୍କୃତିକ ଐତିହ୍ୟ, ହସ୍ତଶିଳ୍ପ ଓ ଗ୍ରାମୀଣ ଉତ୍ପାଦକମାନଙ୍କ ପ୍ରଚାର ପ୍ରସାର ପାଇଁ ଏକ ଗୌରବମୟ ମଞ୍ଚ ସୃଷ୍ଟି କରିଛି।

ଏହି ମେଳା ୧୪ ଏପ୍ରିଲ ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ରାସୋଳ ହାଟପଡ଼ିଆ, ହିନ୍ଦୋଳ, ଢେଙ୍କାନାଳରେ ଆୟୋଜିତ କରାଯାଇ ଅଛି। ମୋଟ ୫୦ଟି ଷ୍ଟଲ୍ ଏହି ମେଳାରେ ସ୍ଥାପିତ ହୋଇଅଛି, ଯେଉଁଥିରେ ଢେଙ୍କାନାଳ ସହିତ ଅନ୍ୟ ୧୪ଟି ଜିଲ୍ଲାର ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି,।
ଏହି କାର୍ଯ୍ୟକ୍ରମ ଓର୍ମାସ୍ (ORMAS), ଜିଲ୍ଲା ପରିଷଦ ଢେଙ୍କାନାଳ ଏବଂ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଙ୍କ ସଂଯୁକ୍ତ ଆୟୋଜନରେ ହେଇଅଛି।
