ଲକ୍ଷ୍ମୀପୁର ୦୬/୧୨/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଲକ୍ଷ୍ମୀପୁର ବ୍ଲକ୍ ସ୍ତରୀୟ ଚିରନ୍ତନ ଜୀବନ ଶୈଳୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ମେଳାରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୀତା ମହାନ୍ତି ଓ ସାଂଗଠାନିକ ସମ୍ପାଦକ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ସରପଂଚ ଶ୍ୟାମ ସୁନ୍ଦର ତାଡ଼ିଙ୍ଗି ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଏ ବି ଇ ଓ ବିଭୂତି ଭୂଷଣ ଟାକ୍ରି ଓ ମଦନ ମୁଦୁଲି ଉପସ୍ଥିତ ଥିଲେ।ଉକ୍ତ ପ୍ରଦର୍ଶନୀ ମେଳା ରେ ଚିରନ୍ତନ ଜୀବନ ଶୈଳୀ ତଥା ଜଳ ଓ ଶକ୍ତି ସଞ୍ଚୟ,ଆବର୍ଜନା ଓ i- ଆବର୍ଜନା କାମ କରିବା,ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ, ଉତ୍ତମ ସ୍ୱାସ୍ଥ୍ୟ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଆଧାରିତ ବ୍ଲକ୍ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ୫୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ସେଥି ମଧ୍ୟରୁ ୩ ଟି ଶ୍ରେଷ୍ଠ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା। ଓଡିଶା ଆଦର୍ଶ ବିଦ୍ୟାଳୟ,ଗୌଡ଼ ଗୁଡା ର ବିଶ୍ବ ଭୂଷଣ ସାହୁ ପ୍ରଥମ, କକିରୀଗୁମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଦିତ୍ୟ ତାରିଣୀ ପ୍ରାସାଦ ବିଷୋୟୀ ଦ୍ଵିତୀୟ ଓ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ର ବାବୁଲା ମାଝି ତୃତୀୟ ସ୍ଥାନ ଅଧିକାର କରି ମାନ ପତ୍ର ସହ ପୁରସ୍କାର ରାଶି ବାବଦକୁ ଯଥା କ୍ରମେ ୧୫୦୦/,୧୦୦୦/ଓ ୫୦୦/ ଟଙ୍କା ପ୍ରଦାନ କରାଯାଇଥିଲା।ଉକ୍ତ ମେଳାରେ ସମସ୍ତ ପ୍ରତିଯୋଗୀଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ
ପ୍ରକଳ୍ପ ଗୁଡ଼ିକ ପ୍ରତିଯୋଗୀ ତଥା ମାର୍ଗ ଦର୍ଶୀ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପରିଶ୍ରମରେ ଖୁବ୍ ସୁନ୍ଦର ଓ ଶିକ୍ଷଣୀୟ ହୋଇ ଥିଲା।ଉକ୍ତ ମେଳା ରେ ବିଚାରକ ଭାବେ ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ଯଶୋବନ୍ତ ଗରାଡ଼ା, ରସାୟନ ବିଜ୍ଞାନ ଅଧ୍ୟାପିକା ମଧୁ ସ୍ମିତା ବିଶ୍ଵାଳ ଓ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ବୁର୍ଜା ର ପ୍ରାଣୀ ବିଭାଗ ଅଧ୍ୟାପକ ଚିଦାନନ୍ଦ ଲେଙ୍କା ଯୋଗ ଦେଇ ସମସ୍ତ ପ୍ରକଳ୍ପ କୁ ମୂଲ୍ୟାୟନ କରିଥିଲେ।
ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ମେଳା ପରିଚାଳନା କରିଥିବା ବେଳେ ସି ଆର ସି ସି କୃଷ୍ଣ କୁଲଦୀପ,ସଂଜି କା ଡ୍ରାକା, ଅମିୟ ଗରଡ଼ା,ହେମନ୍ତ କୁମାର ମହାନନ୍ଦିଆ ଓ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।ମେଳା ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇ ଥିବାରୁ ସଭାପତି ଓ ସମ୍ପାଦକ ସମସ୍ତଙ୍କୁ ସାଧୁବାଦ୍ ଜଣାଇ ଥିଲେ।
