କଟକ ସଦର,୦୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ବୁଧବାର ଉତ୍କଳ ଦିବସରେ ରାଜ୍ୟ ସରକାର ୩୦ ଗୋଟି ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋନୀତ କରିଥିବା ଜଣାପଡିଛି। ଏଥିରେ ୪ ଗୋଟି ଜିଲ୍ଲାରେ ୪ ଜଣ ମନ୍ତ୍ରୀଙ୍କୁ ଅଧ୍ୟକ୍ଷ ଦାୟିତ୍ଵ ମିଳିଥିଲା ବେଳେ କଟକ ଜିଲ୍ଲା ପାଇଁ ନିଆଳି ବିଧାୟକ ଛବି ମଲ୍ଲିକ ଙ୍କୁ ନିଯୁକ୍ତି ମିଳିଥିବା ଜଣାଯାଇଛି। ଏହା ଜଣାପଡିବା ପରେ ନିଆଳି ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ବିଧାୟକ ମଲ୍ଲିକ ଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।
କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ନିଆଳି ବିଧାୟକ ଛବି ମଲ୍ଲିକ
