କେନ୍ଦ୍ରାପଡ଼ା,୦୬/୧୨/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆର. ଆୟାର ଶନିବାର ଜିଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜନଶୁଣାଣି,ସରକାରୀ ଜମି ସୁରକ୍ଷା, ଅଙ୍ଗନୱାଡି ଏବଂ ବିଦ୍ୟାଳୟ ଗୁଡିକର ଭିତିଭୂମି ସୁଦୃଢ କରିବା, ବାତ୍ୟା ଆଶ୍ରୟ ସ୍ଥଳ ମରାମତି, ଭାଗବତ ଟୁଙ୍ଗି, ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ଜମି ଚିହ୍ନଟ, ଶ୍ରମିକ ପଞ୍ଜିକରଣ, ଶୀତଳ ଭଣ୍ଡାର, ପ୍ୟାକ୍ସରେ ମଣ୍ଡି ପାଇଁ ଜମି ଏବଂ ବିଭାଗ ବିଭାଗ ମଧ୍ୟରେ ଥିବା ଅନ୍ୟାନ୍ୟ ଜମିଜମା ସଂକ୍ରାନ୍ତୀୟ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ବିଭିନ୍ନ ସଂକ୍ରାନ୍ତରେ ବିଭାଗ ବିଭାଗ ମଧ୍ୟରେ ଉତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ, ଡେପୁଟି କଲେକ୍ଟର ତୃପ୍ତି ମହାନ୍ତି, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲା ଜରୁରୀ କାଳୀନ ଅଧିକାରୀ ଅମୀୟ କେତେନ ସ୍ୱାଇଁ, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଜିଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକଙ୍କ ସମେତ ଯୋଜନା, ଶ୍ରମ, କୃଷି, ପ୍ରାଣୀ ସମ୍ପଦ, ଉଦ୍ୟାନ, ମତ୍ସ୍ୟ, ମୃତିକା ସଂରକ୍ଷଣ, ବିଦ୍ୟୁତ୍ ବିଭାଗର ଅଧିକାରୀ ଏବଂ ଜିଲାର ସମସ୍ତ ବିଡ଼ିଓ ଓ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।
