କେନ୍ଦ୍ରାପଡା ଉପକାରାଗାରରେ ଯୋଗଶିକ୍ଷା ଆରମ୍ଭ

କେନ୍ଦ୍ରାପଡ଼ା,୦୫/୧୨/୨୦୨୫(ଓଡ଼ିଶା ସମାଚାର)-ବାରିମୂଳସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ଆଜିଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି । ଜିଲାପାଳ ରଘୁରାମ ଆର. ଆୟାର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏହି ଶିବିରକୁ ଉଦଘାଟନ କରିଛନ୍ତି । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟାର ଅଜୟ କୁମାର ରାଉତ ଏହି ଶିବିରରେ ଯୋଗଶିକ୍ଷା ପ୍ରଦାନ କରିଥିଲେ ।

ଏହି ଯୋଗଶିକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଏକ ନୂତନ ପରିବର୍ତନ ଆସିବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । କାରାଗାର ଅଧୀକ୍ଷକ ସୁନିଲ କୁମାର ପାତ୍ର, କାରାପାଳ ଶୁଭେନ୍ଦୁ ଭୂୟାଁ, ସହକାରାପାଳ ସୁକାନ୍ତ ରାଉତ ଓ ପ୍ରହ୍ଲାଦ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *