ବୁଧବାର ଶ୍ରୀବଳଦେବଜୀଉଙ୍କ ଦର୍ଶନ ୪ଘଂଟା ବନ୍ଦ ରହିବ

କେନ୍ଦ୍ରାପଡ଼ା,୦୪/୦୮/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନିମନ୍ତେ ଚାରି ଘଂଟା ଧରି ଶ୍ରୀ ଜୀଉଙ୍କ ଦର୍ଶନ ବନ୍ଦ ରହିବ । ୫ତାରିଖ ବୁଧବାର ଦିନ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟ ଚିତ୍ରକର ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହେବ । ଜୟ ମଙ୍ଗଳା ଆଳତି ସମ୍ପନ୍ନ ପରେ ଚିତ୍ରକର ସେବାୟତ ରତ୍ନ ସିଂହାସନକୁ ଯାଇ ଏହି ସେବା କାର୍ଯ୍ୟ କରିବେ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସେହି ସମୟରେ ସର୍ବ ସାଧାରଣ ଦର୍ଶନ ସକାଳ ସାତଟାରୁ ଏଗାର ଟା ଚାରି ଘଂଟା ଧରି ବନ୍ଦ ରହିବ ବୋଲି ଦେବୋତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *