ଭୁବନେଶ୍ୱର,୨୦/୧୧/୨୦୨୫(ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)-ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ଆଜି ବିଧାନସଭାରେ ବିଧାୟକ ଭାବେ ସେ ଶପଥ ନେଇଛନ୍ତି। ଜୟ ଢୋଲକିଆ ଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ ଜନ୍ମଦିନରେ ଶପଥ ନେଇଛନ୍ତି ଜୟ ଢୋଲକିଆ। ମା’ ଓ ସ୍ତ୍ରୀଙ୍କ ସହ ଆସି ବିଧାୟକ ଭାବେ ଶପଥ ନେଇଛନ୍ତି।
ଆଜିର ଏହି ଶପଥ ପାଠ କାର୍ୟ୍ୟକ୍ରମରେ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ,ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା ,ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ, ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଳ , ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

