କେନ୍ଦ୍ରାପଡ଼ା,୦୪/୧୨/୨୦୨୫(ଓଡ଼ିଶା ସମାଚାର)-ଜନସାଧାରଣଙ୍କୁ ବିନାମୁଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଆସନ୍ତା୧୩ ତାରିଖରେ ହେବାକୁଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡ଼ା କୋର୍ଟ ସମେତ ଏହାର ନିକଟବର୍ତୀ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ ।
ଏଥିରେ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଚେକ ବାଉନସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ମୋଟରଯାନ ଦୁର୍ଘଟଣା ଜନିତ, ଶ୍ରମବିବାଦ ଜନିତ ମାମଲା, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ବିବାହ ବିଚ୍ଛେଦ ବ୍ୟତୀତ), ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବନ୍ଧୀୟ ଅବସର କାଳୀନ ପ୍ରାପ୍ୟ ସହିତ ମାମଲା, ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ୱ ମାମଲା, ଅନ୍ୟାନ୍ୟ ଦେୱାନୀ ମାମଲା (ଭଡା, ସହଜ ଅଧିକାର, ନିର୍ଦିଷ୍ଟ କାର୍ଯ୍ୟଦକ୍ଷତା ସୁଟ, ନିର୍ଦେଶକ ସୁଟ), ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲା ଗୁଡିକର ଫଇସଦଲା ହେବ ।
ପ୍ରାକ୍ ମୋକଦ୍ଧମା ସ୍ତରୀୟ(କୋର୍ଟରେ ଦାୟର ହୋନଥିବା ମାମଲା) ଚେକ ବାଉନସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ଶ୍ରମବିବାଦ ଜନିତ ମାମଲା, ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ, ଦେୱାନୀ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ରକ୍ଷଣାବେକ୍ଷଣ ମାମଲା ଓ ଅନ୍ୟାନ୍ୟ ମୋକଦ୍ଧମା ଗୁଡିକର ଫଇସଲା ହେବ । ପୂର୍ବାହ୍ନ ୧୦ ଘଟିକାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହେବ । ଜିଲା ଦୌରାଜଜ ଲୁନା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଆଇନ ସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
