କେନ୍ଦ୍ରାପଡ଼ା, ୨୩/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜାଦ ହିନ୍ଦ ଟ୍ରଷ୍ଟ ଏବଂ କଳ୍ପନା କ୍ରିଏଟିଭ କମ୍ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପରିବାର ଓ ଭୁଦାନ କର୍ମୀଙ୍କ ଦ୍ୱାରା ଗଠନ କରାଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଏମ.ଇ. ସ୍କୁଲ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପତକା ଉତୋଳନ କରାଯିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିସହିତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସରପଂଚ ଲୋପାମୁଦ୍ରା ବାରିକ, କାର୍ତିକ ଚନ୍ଦ୍ର ସାହୁ, ବୈକୁଣ୍ଠ ନାୟକ, କୈଳାସ ଚନ୍ଦ୍ର ସାହୁ, ପ୍ରଦୀପ ଲେଙ୍କା, ଅମୁଲ୍ୟ ନାୟକ ଓ ବିଭୁତି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
Related Posts
କିଶନନଗର ଠାରେ ତିନୋଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ପ୍ରକାଶ ସେଠୀ
କଟକ ସଦର , ୨୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଜ ପଞ୍ଚାୟତ କିଶନନଗର ଠାରେ ଆଜି ସୋମବାର ଦିନ କଟକ ସଦର…
ଜିଲାରେ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଂଟନ ମେଳା
କେନ୍ଦ୍ରାପଡ଼ା, ୨୨/୦୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରଥମ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ବଂଟନ କାର୍ଯ୍ୟକ୍ରମରେ ୭୬ଜଣ (୮୦ ପ୍ରତିଶତରୁ…
ବିଶାଣୀ ଖଣିଦାରେ ବୋମାମାଡ଼, ଯୁବକ ଅଟକ
ଭଦ୍ରକ,୨୦/୦୯/୨୦୨୫(ଓଡ଼ିଶା ସମାଚାର)- ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ବିଶାଣୀ ଖରିଦା ଗ୍ରାମରେ ନିଜର ପତିଆରା ପ୍ରଦର୍ଶନକୁ ନେଇ ଜଣେ ଯୁବକ ବୋମା ମାଡ଼ କରିଛି…
