କେନ୍ଦ୍ରାପଡ଼ା, ୨୩/୦୧/୨୦୨୪ (ଓଡ଼ିଶା ସମାଚାର)- ଆଜାଦ ହିନ୍ଦ ଟ୍ରଷ୍ଟ ଏବଂ କଳ୍ପନା କ୍ରିଏଟିଭ କମ୍ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ପରିବାର ଓ ଭୁଦାନ କର୍ମୀଙ୍କ ଦ୍ୱାରା ଗଠନ କରାଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ସ୍ଥିତ ନେତାଜୀ ମଡେଲ ଏମ.ଇ. ସ୍କୁଲ ପରିସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପତକା ଉତୋଳନ କରାଯିବା ସହ ନେତାଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିସହିତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନକୁଳ ଚରଣ ଦାସଙ୍କ ପ୍ରତିମୂର୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ଟ୍ରଷ୍ଟର ଅଧ୍ୟକ୍ଷ ଅବନୀ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ସରପଂଚ ଲୋପାମୁଦ୍ରା ବାରିକ, କାର୍ତିକ ଚନ୍ଦ୍ର ସାହୁ, ବୈକୁଣ୍ଠ ନାୟକ, କୈଳାସ ଚନ୍ଦ୍ର ସାହୁ, ପ୍ରଦୀପ ଲେଙ୍କା, ଅମୁଲ୍ୟ ନାୟକ ଓ ବିଭୁତି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
Related Posts
ବାରମ୍ବାର ବିଜୁଳି କାଟକୁ ନେଇ ଲୋକେ ଅତିଷ୍ଠ
ଲକ୍ଷ୍ମୀପୁର,୨୨/୦୫/୨୦୨୬ (ଓଡିଶା ସମାଚାର/ପ୍ରମୋଦ ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏବେ ପ୍ରବଳ ଗରମ ଅନୁଭୂତି ହେଉଛି। ପ୍ରବଳ ଗ୍ରୀଷ୍ମ ସାଙ୍ଗକୁ ଦୁଇ ଦିନ ହେଲା…
ସମ୍ବଲପୁରରେ କେନ୍ଦୁପତ୍ର ଶ୍ରମିକଙ୍କର ସଶକ୍ତିକରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ପୂର୍ବ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ, ଡବଲ ଇଞ୍ଜିନ ସରକାର କଥା ଦେଇ କଥା ରଖୁଥିବାର ସରକାର – ଧର୍ମେନ୍ଦ୍ର ପ୍ରଧାନ କେନ୍ଦୁପତ୍ର ତୋଳାଳୀ ଏବଂ ନିର୍ମାଣ…
ନିମାପଡ଼ା ପ୍ରେସକ୍ଲବର ଗୁରୁତ୍ୱପୂର୍ଣ୍ଣ ବୈଠକ
ନିମାପଡ଼ା,୦୨/୦୭/୨୦୨୫ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ମଣ୍ଡପରେ ସଭାପତି ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ନିମାପଡ଼ା ପ୍ରେସକ୍ଲବର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…
