ଯାଜପୁର, ୨୧/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):- ବରୀ ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପଣ୍ଡା ଙ୍କ ଶନିବାର ରାତ୍ରୀରେ ପରଲୋକ ଘଟିଛି ।ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କ ବରୀ ବ୍ଲକ ନାଥପୁର ପଟଣା ବାସଭବନରେ ଶୁଭେଚ୍ଛୁ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିଡ ଲାଗିଥ୍ଲା ।
ଏହି ସମୟର ତାଙ୍କ ଛାତ୍ରଛାତ୍ରୀ ଓ ସମ୍ପର୍କୀୟ ମାନେ ସେମାନଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ପୁଅ ,ବୋହୂ, ଦୁଇ ନାତୁଣୀ ଓ ପୁତୁରା ଭବାନୀ ପଣ୍ଡା ଉପସ୍ଥିତ ଥିଲେ । ସ୍ୱର୍ଗତ ପଣ୍ଡା ଙ୍କ ଶେଷକୃତ୍ୟ ନିଜ ଗ୍ରାମରେ ସମ୍ପର୍ଣ୍ଣ ହୋଇଥିବା ଆଇନଜୀବି ତଥା ପୁତୁରା ଭବାନୀ ପଣ୍ଡା ସୂଚନା ଦେଇଛନ୍ତି ।
