ଦଶରଥପୁର,୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ କୟାଁଗୋଲା ସରକାରୀ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ଆଜି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କୟାଁ ପଞ୍ଚାୟତର ବରିଷ୍ଠ ଶିକ୍ଷାବିତ ଆଇନଜୀବୀ ତଥା ସମାଜସେବୀ ବୈକୁଣ୍ଠ ନାଥ ପରିଡା ପ୍ରଦୀପ ପ୍ରଜ୍ୱଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ ବୈକୁଣ୍ଠ ନାଥ ପରିଡା, ସଂମ୍ମାନିତ ଅତିଥିରୂପେ କୟାଁଗୋଲା ସ୍ଥିତ ଇଣ୍ଡିଆନ ବ୍ୟାଙ୍କର ଶାଖା ପରିଚାଳକ ଜିତେନ୍ଦ୍ର ସାମଲ, ସମିତିସଭ୍ୟ ରୋଶନ ଦାସ, ମୋସ୍କୁଲ ପରିଚାଳନା କମିଟିର ସଭାପତିଅକ୍ଷୟ କୁମାର ସାହାଣୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟ କୁମାର ନାୟକ ଓ ସମାଜସେବୀ ଚଉବନ ବାରିକ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇ ଭାଷା, ସାହିତ୍ୟ ଓ ସୃଜନଶିଳତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟରେ ଥିବା କ୍ରୀଡ଼ାଙ୍ଗନ କ୍ଳବ,ଜିଜ୍ଞାସା କ୍ଲବ, କୌଶଳୀ କ୍ଲବ ଓ ସାହିତ୍ୟ ସୃଜନୀ କ୍ଲବର ସମସ୍ତ ମେଣ୍ଟେର, କୋମେଣ୍ଟର,ଗାଇଡ଼ ଟିଚର ଏହିଭଳି ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ । ମୁଖ୍ୟ ଅତିଥି ବିଦ୍ୟାଳୟର ବିଭିନ୍ନ କ୍ଲବର କୃତୀ ଛାତ୍ରୀ ମାନଙ୍କୁ ଇୟର ଅଫ ଦି ହାଉସ ଇୟର ଅଫ ଦି କ୍ଲବ ରୂପେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ଅମରେନ୍ଦ୍ର କବି, ସୋଭାଗ୍ୟ ରଞ୍ଜନ ଦାସ, ସ୍ୱରାଜ ତ୍ରିପାଠୀ, ଦେବାଶିଷ ନାୟକ,ଶିକ୍ଷୟତ୍ରୀ ଗାୟତ୍ରୀ ମାଝୀ, ଝରଣା ନାୟକ, ସୁଶ୍ରୀ ସଂଗୀତା ମଲ୍ଲିକ, ସାବିତ୍ରୀ ସାହୁ, ସ୍ଵାଗତିକା ନନ୍ଦ ଓ କର୍ମଚାରୀ ସରୋଜ ଯେନା ପ୍ରମୁଖ ସହଯୋଗ କରିଥିଲେ ।
କୟାଁଗୋଲା ସରକାରୀ ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ
