କିଶନନଗର ଥାନା ପକ୍ଷରୁ ଦୁଇ ଚୋର ଗିରଫ, ଚୋରି ସାମଗ୍ରୀ ଉଦ୍ଧାର

କଟକ ସଦର, ୦୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକିଛି ଦିନ ହେଲା ବନ୍ଦ ଘରର କବାଟ ଭାଙ୍ଗି ଚୋରି କରୁଥିବା ଚୋରଙ୍କୁ ଧରିବା ପାଇଁ କିଶନନଗର ପୋଲିସ ଜାଲ ବିଛେଇ ଥିଲା । ଏଥିରେ ଦୁଇଜଣ ଚୋର ଧରାପଡ଼ି ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ ପ୍ରହରାଜପୁର ପଞ୍ଚାୟତ ର ଆରୋଗ୍ୟ କେନ୍ଦ୍ର ର ତାଲା ଭାଙ୍ଗି ଇନଭେର୍ଟର,ଵେଟ୍ରି,ଆକୁଆଗାର୍ଡ,ପାଣି ମଟର ପ୍ରଭୃତି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ତଦନ୍ତ ଚଳାଇ ପ୍ରହରାଜପୁର ପଞ୍ଚାୟତ ନାରଦା ଗଉଡ ଗାଁ ର ଦୁଇ ଚୋର ଟିକିନା ଭୋଇ(୩୫) ଓ ସୁଭ୍ରାଂଶୁ ଶେଖର ମଲିକ ( ୩୨) ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରିଥିବା ଜଣାପଡିଛି। ଆଜି ବୁଧବାର ଉଭୟ ଚୋର ଦୁଇଜଣଙ୍କୁ ମାମଲା ନଂ ୨୨୫/୨୦୨୫,ଦଫା ୩୩୧(୪)/୩୦୫ ଵିଏନଏସ ରେ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *