ଓଡିଆ ପକ୍ଷ ପାଳନ ର ଅନ୍ତିମ ଦିବସ ମହା ସମାରୋହରେ ପାଳିତ

ଜଗତସିଂହପୁର, ୧୪/୦୪/୨୦୨୫ (ଓଡ଼ିଶା ସମାଚାର)- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡମ୍ବରରେ “ଓଡ଼ିଆପକ୍ଷ” ପାଳନ କରାଯାଇଛି ।

ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ, ଆମ ଓଡ଼ିଆ ପରିଚୟ ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକ ପ୍ରତିନିଧି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ, ଲେଖକ, ଗାଳ୍ପିକ, କଳାକାର  ଓ ସାଧାରଣ ଜନତା ଙ୍କୁ ସାମିଲ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କ୍ରମରେ ଆଜି ଓଡ଼ିଆ ପକ୍ଷ ପାଳନର ଅନ୍ତିମ ଦିବସ ତଥା ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ  ଅବସର ରେ ଜିଲ୍ଲା ର ସମସ୍ତ ବ୍ଳକ୍ ରେ ହୁଳହୁଳି, ଝୋଟି ,ଚିତା, ମୁରୁଜ, ପଣା,ପିଠା , ଆଦି ପରିବେଷଣ କରି ଅତି ଧୁମ ଧାମ ର ଓ ଆନନ୍ଦର ସହିତ ଏହି ଉତ୍ସବ ପାଳନ କରଯାଇଥିଲା । ବିଭିନ୍ନ ଏସ ଏଚ୍ ଜି ମା ମାନେ ଏହି ପାରମ୍ପରିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ।

ଓଡିଆ ନବବର୍ଷ ରେ ଓଡ଼ିଶା ର ମହାନ ପରମ୍ପରା, ସଂସ୍କୃତି, ଭାଷା, ଖାଦ୍ୟ ରୁଚି, ପୋଷାକ ପରିପାଟୀ କୁ ଆଗାମୀ ପିଢୀ ନିକଟରେ ଉଜ୍ଜୀବିତ କରିବା ଦିଗରେ ଆଜି ଦିବସ ରେ ପ୍ରୟାସ କରାଯାଇଥିଲା।

Leave a Reply

Your email address will not be published. Required fields are marked *