କଟକ ସଦର,୦୩/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକ ରେ ଦିନକୁ ଦିନ ଭତ୍ତା କେଲେଙ୍କାରୀ ବୃଦ୍ଧି ପାଇବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।୬୦ ବର୍ଷ ଅତିକ୍ରମ କରିଥିବା ହିତାଧିକାରୀ ମାନେ ଭତ୍ତା ପାଇବାକୁ ଆବେଦନ କରି ଅପେକ୍ଷା କରିଥିବା ବେଳେ ଏହାର ଫାଇଦା ଦଲାଲଙ୍କ ପାଇଁ ବରଦାନ ସଦୃଶ ହୋଇଛି।
ବୟସ ବଢାଇ ଭତ୍ତା କରାଇଦେଵା ଏଵଂ ଅଧିକ ଭତ୍ତା କରାଇଦେବାକୁ ଦଲାଲମାନେ ହିତାଧିକାରୀ ଙ୍କ ଠାରୁ ବେଶ୍ ଭଲ ପଇସା ଆଦାୟ କରୁଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ପ୍ରକାଶ ଯେ ୪୨ ମୈ।ଜା ବ୍ରହ୍ମପୁର ପଞ୍ଚାୟତର ଜନୈକା ଆଦିବାସୀ ମହିଳାଙ୍କ ଠାରୁ ଭତ୍ତା କରାଇଦେବାକୁ ୨ ହଜାର ଲାଞ୍ଚ ନେଇ ପୁଣି ୧ ହଜାର ଦାବି କରିଛନ୍ତି ସେହି ପଞ୍ଚାୟତର ଜନୈକ ତଥାକଥିତ ଦଲାଲ୍। ଏବେ ସୁଦ୍ଧା ଭତ୍ତା କରାଇନଥିଵାରୁ ମହିଳା ଜଣକ ଦଲାଲଙ୍କ ସହିତ ପାଟିତୁଣ୍ଡ ଓ ଉଭୟ ହାତ ଉଠାଉଠି ପର୍ଯ୍ୟନ୍ତ ଯାଇଥିବା ଭିଡିଓ ଭାଇରାଲ ରୁ ଜଣାପଡିଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ କିଶନନଗର ପଞ୍ଚାୟତର ଜନୈକ ଅତି ଥିଲାବାଲା ଅଯୋଗ୍ୟ ଵ୍ୟକ୍ତି ଭତ୍ତା ପାଇଁ ଯାଇଁ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇ ଫେରିଥିବା ବେଳେ ଆୟତପୁର ପଞ୍ଚାୟତର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ପୂର୍ବତନ ସରପଂଚ ଙ୍କ ଅତି ଥିଲାବାଲା ସ୍ୱାମୀ ଭତ୍ତା ପାଇଁ ଯାଇଁ ବିରୋଧ ଯୋଗୁଁ ଵ୍ଲକରୁ ହଟହଟା ହୋଇ ଫେରିଥିବା ଜଣାପଡିଛି। ସେହିପରି ଉକ୍ତ ପଞ୍ଚାୟତର ଜନୈକ ଅତି ଥିଲାବାଲା ଅଯୋଗ୍ୟ ଵ୍ୟକ୍ତି ମଧ୍ୟ ଭତ୍ତା ପାଇଁ ଯାଇଁ ବିରୋଧ ର ଶୀକାର ହେଉଥିବା ଜଣାପଡିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
