ଖୋଲା ବିଦୁ୍ୟତ ଟ୍ରାନ୍ସଫର୍ମର ଯୋଗୁଁ ବିପଦ

ବିଦୁ୍ୟତ ସଂସ୍ପର୍ଶରେ ଆସି ଛେଳି,ମେଣ୍ଢା ମୃତ
କେନ୍ଦ୍ରାପଡ଼ା,୦୨/୧୨/୨୦୨୫(ଓଡ଼ିଶା ସମାଚାର)-ଖୋଲା ବିଦୁ୍ୟତ ଟ୍ରାନ୍ସଫର୍ମର ଯୋଗୁଁ ଜନବସତିରେ ବିପଦ ସୃଷ୍ଟି ହୋଇଛି । ବିଦୁ୍ୟତ ସଂସ୍ପର୍ଶରେ ଆସି ଛେଳି, ମେଣ୍ଢା ମୃତୁ୍ୟବରଣ କରିବା ସହ ଗୋରୁ,ଗାଈ ଓ ଛୋଟପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏନେଇ ସଦର ମହକୁମାରେ ଅନୁଷ୍ଠିତ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦର ଗ୍ରାମପଂଚାୟତର ହାଲପୁର ଗ୍ରାମର ଅଧିବାସୀ ମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମରେ ଥିବା ବିଦୁ୍ୟତ ଟ୍ରାନ୍ସଫର୍ମରଟି ଖୋଲା ଏକ ସ୍ଥାନରେ ରହିଛି ।

ଏହାର ଚତୁପାଶ୍ୱର୍ରେ କୌଣସି ସୁରକ୍ଷା ପାଚେରୀ ନାହିଁ । ଫଳରେ ସେଠାରେ ବିଦୁ୍ୟତ ସଂସ୍ପର୍ଶରେ ଆସି ଏକ ଛେଳି ଓ ଏକ ମେଣ୍ଢାର ମୁତୁ୍ୟ ହୋଇଯାଇଛି । ଦୈନିକ ସେହି ବାଟ ଦେଇ ଗୋରୁ ଗାଇଙ୍କ ସମେତ ଛୋଟ ଛୋଟ ପିଲାମାନେ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି । ଏଭଳି ଭାବରେ ଖୋଲା ସ୍ଥାନରେ ବିଦୁ୍ୟତ ଟ୍ରାନ୍ସଫର୍ମରଟି ଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ସେହି ବିଦୁ୍ୟତ ଟ୍ରାନ୍ସଫର୍ମରର ଚତୁପାଶ୍ୱର୍ରେ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇ ଛୋଟ ପିଲା ଓ ଗୋରୁ ଗାଈଙ୍କ ଜୀବନକୁ ବିପଦ ମୁକ୍ତ କରାଯିବାକୁ ଗ୍ରାମବାସୀମାନେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ଏ ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ କେନ୍ଦ୍ରାପଡାସ୍ଥିତ ଟିପିସିଓଡିଏଲ ସହକାରୀ ସାଧାରଣ ପରିଚାଳକଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛିି । ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଧର ସ୍ୱାଇଁ, ହୃଷିକେଶ ନାୟକ, ଗୋକୁଳି ଜେନା, ହୃଷିକେଶ ମଳିକ, ନିରଞ୍ଜନ ଜେନା, କୈଳାସ ଜେନା, ରାଜେନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ନାୟକ, ଦିଲ୍ଲିପ ମଲିକ, ଗନ୍ଧର୍ବ ପ୍ରଧାନ ଓ ରଞ୍ଜନ କୁମାର ସ୍ୱାଇଁ ପ୍ରମୁଖ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *