ନିଶ୍ଚିନ୍ତକୋଇଲି,୨୪/୦୪/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )-କଟକ ଜିଲ୍ଲା ନିଶିନ୍ତକୋଇଲି ବ୍ଲକ କଳମିଶ୍ରି ଗ୍ରାମ ପଞ୍ଚାୟତ ଦାମୋଦରପୁର ଠାରେ ଅଷ୍ଟ ପ୍ରହର ବ୍ୟାପୀ ନାମଯଜ୍ଞ ସଂକୀର୍ତ୍ତନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପାଇଁ ବିଭିନ୍ନ ଅଞ୍ଚଳ ରୁ ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦେଇଥିଲେ ।
ଏହି ଗାଁ’ରେ ବସବାସ କରିଆସୁଥିବା ଅଧିବାସୀ ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସମୃଦ୍ଧ କରିବା ପାଇଁ ବହୁବର୍ଷ ହେବ ଏହି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ଅଷ୍ଟପ୍ରହରୀ ନାମ ଯଜ୍ଞକୁ ସବୁ ବର୍ଗର ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଥିରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ରାଗ ରୋଷ ହିଂସା ଦ୍ୱେଷଭଳି ସମସ୍ତ ଆସୁରିକ ଶକ୍ତିର ବିନାଶ ସାଙ୍ଗକୁ ସ୍ନେହ ପ୍ରେମ ଭାଇଚାରା,ବିଶ୍ୱାସ ଓ ଅତ୍ମୀୟତା ସୃଷ୍ଟି ପାଇଁସମସ୍ତେ ଉତ୍ସବ ସ୍ଥଳୀରେ ଉପସ୍ଥିତ ହେବା ଦେଖିବାକୁ ମିଳିଥିଲା । ହରି ହାଟରେ ସମସ୍ତେ ଏକାକାର ହୋଇ ରାଧାକୃଷ୍ଣ ପ୍ରେମ ଲୀଳାର ଅପୂର୍ବ ଶ୍ରଦ୍ଧାପଣରେ ବାନ୍ଧିହୋଇ ଥିଲେ । ଭଗବାନ କେବଳ ଭକ୍ତର । କୁହାଯାଏ ବିଶ୍ୱାସେ ମିଳଇ ହରି, ତର୍କେ ବହୁ ଦୂର । ଏହି ଉକ୍ତିର ଯଥାର୍ଥତା ବହନ କରିଆସିଛି, ଦାମୋଦର ପୁରର ଏହି ଅଷ୍ଟପ୍ରହର କାର୍ୟ୍ୟକ୍ରମ । ବିଭିନ୍ନ ଅଂଚଳରୁ ସହସ୍ରାଧିକ ଶ୍ରଦ୍ଧାଳୁ ଏହି ଧର୍ମୀୟ ଉତ୍ସବରେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଆନନ୍ଦ ବଜାରରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ବୁଧବାର ନଗର ସଂକୀର୍ତନ ପରେ ଅଷ୍ଟ ପ୍ରହର ନାମଯଜ୍ଞ ସମାପନ ହୋଇଥିଲା ।