ଖଲ୍ଲିକୋଟ,୦୨/୧୨/୨୦୨୫ (ଓଡ଼ିଶା ସମାଚାର/ ମାଧବ ବେହେରା)- ସ୍କୁଲ ର ଶିଶୁ ମାନଙ୍କୁ ନେଇ ଯାଉଥିବା ଅଟୋରିକ୍ସା ସହ ଏକ ହରୀଣ ଧକ୍କା ହେବା ଫଳରେ ଅଟୋରିକ୍ସାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆହତ ଛାତ୍ର ଛାତ୍ରୀଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହରୀଣଟିର ଅଣ୍ଟା ଭାଙ୍ଗି ଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଟୋରିକ୍ସାରେ ୧୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ କଇରାସି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ କଇରାସି ଛକ ନିକଟରେ ଏହି ଦୂର୍ଘଟଣା ଘଟିଛି । ସମସ୍ତ ଆହତ ଛାତ୍ର ଛାତ୍ରୀଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଅଟୋ ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ହରୀଣଟିର ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ଆହତ ହରୀଣ କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଆଣିଛନ୍ତି।
