ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରେଇ ଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ସାଂସଦ

କଟକ ସଦର,୨୯/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କନ୍ଦରପୁର ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥ ର ବିରିଡ଼ି ଥାନା ଅନ୍ତର୍ଗତ ହାଜିପୁର ଠାରେ ଆଜି ଶନିବାର ଦିନ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରେଇ ଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି।

ହେଲେ ଦୂର୍ଘଟଣାରେ ସାଂସଦ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରକାଶ ଯେ ସାଂସଦ ଭୂବନେଶ୍ୱରରୁ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ କୁ ସାଂସଦ କ୍ରୀଡ଼ା ଉତ୍ସବ ଉଦ୍ଘାଟନ କରିବାକୁ ଯିବା ଅବସରରେ ହାଜିପୁର ଠାରେ ଅନ୍ୟ ଏକ କାର ତାଙ୍କ କାରକୁ ପଛରୁ ଧକ୍କା ଦେଇଥିଲା।

ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁସାରେ ସାଂସଦ ଙ୍କ କାର ଟି କୈ।ଣସି କାରଣରୁ ବ୍ରେକ ମାରିବାରୁ ପଛରୁ ଆସୁଥିବା କାର ଟି ତାଙ୍କ କାର ପଛରେ ପିଟି ହୋଇଯାଇଥିଲା। ପୋଲିସ ଦୂର୍ଘଟଣା ଘଟାଇଥିବା କାର କୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *