କଟକ ସଦର,୨୯/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଵୈୟାଳିସମୈ।ଜା କଳପଡା କୁମ୍ଭକାର (ମୁଦୁଲି) ସାହି ଠାରେ ପାରମ୍ପରିକ କୈ।ଳିକ କୁରାଳ ପଞ୍ଚମୀ ଓ ଓଢଣ ଷଷ୍ଠୀ ପର୍ବ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସବୁ ବର୍ଷ ପରି ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା ଯଥାବିଧି ଅନୁଷ୍ଠିତ ହୋଇଥିଲା।

ଏଥିରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ସମାଜସେବୀ ବରିଷ୍ଠ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଯୋଗଦେଇ ଲକ୍ଷ୍ମୀ ନାରାୟଣ ଙ୍କ ଆଶିର୍ଵାଦ ଭିକ୍ଷା କରିବା ସହିତ କଟକ ସଦରଵାସୀଙ୍କର ଶୁଭ କାମନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ବରିଷ୍ଠ ଉପଦେଷ୍ଟା ଵିଜୟ କୁମାର ନାୟକ, ଉଦୟ ସାସମଲ, ପ୍ରକାଶ ମାଝୀ, ଅଶୋକ ସ୍ୱ।ଇଁ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ।
ପରିଚାଳନାରେ ଜୟକୃଷ୍ଣ ମୁଦୁଲି, ଲକ୍ଷ୍ମୀଧର ମୁଦୁଲି, ମନୋରଞ୍ଜନ ମୁଦୁଲି,ସୁନିଲ କୁମାର ମୁଦୁଲି,ମନୋଜ କୁମାର ମୁଦୁଲି,ହେମନ୍ତ କୁମାର ମୁଦୁଲି, ବାବାଜୀ ଚରଣ ମୁଦୁଲି,ଅଜୟ କୁମାର ମୁଦୁଲି ଙ୍କ ସମେତ ମୁଦୁଲି ସାହି ର ସମସ୍ତ ଲୋକ ସହାୟତା କରିଥିଲେ।
