ଚୋରାମଦ ଜବତ, ୭କୋର୍ଟ ଚାଲାଣ

କେନ୍ଦ୍ରାପଡ଼ା,୨୮/୧୧/୨୦୨୫(ଓଡ଼ିଶା ସମାଚାର)- ଏକ ବିଶେଷ ସୂତ୍ରରୁ ଖବର ପାଇ ଜିଲାପାଳଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ଆଳି, ପଟ୍ଟାମୁଣ୍ଡାଇ ଆଦର୍ଶ ଓ କୁଦାନଗରୀ ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସମୁଦାୟ ୧୮୪ ଲିଟର ବିଦେଶୀ ଓ ଦେଶୀମଦ ଜବତ କରାଯିବା ସହିତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବାଲିକଣା ଗୋପାଳପୁର ଗ୍ରାମର ରତ୍ନାକର ଜେନା(୩୪)ଙ୍କ ଠାରୁ ୧୬ ଲିଟର ଦେଶୀ ମଦ, ଧୀରେନ ମଳିକ(୩୮)ଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ, ବାଳକଟି ଗ୍ରାମର ବିମ୍ବାଧର ମଳିକ(୪୧)ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ, ଅଇନିପଡା ଗ୍ରାମର କାହ୍ନୁ ଚରଣ ନାଥ(୩୧)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ବଡନୟନପୁର ଗ୍ରାମର ହାଡିବନ୍ଧୁ ବେହେରା(୪୧)ଙ୍କ ଠାରୁ ୩୯ ଲିଟର ବିଦେଶୀ ମଦ, ମନୋରଞ୍ଜନ ବେହେରା(୩୫)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ଓ ସରୋଜ ବେହେରା(୪୬)ଙ୍କ ଠାରୁ ୩୬ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ସମୁଦାୟ ୧୮୪ ଲିଟର ବିଦେଶୀ ଓ ଦେଶୀମଦ ଜବତ କରାଯାଇ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ବିଭାଗ ଉପନିରୀକ୍ଷକ କଳ୍ପନା ରାଉତ, ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *