କେନ୍ଦ୍ରାପଡ଼ା,୨୮/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ଗ୍ରାମପଂଚାୟତ କାର୍ଯ୍ୟାଳୟରେ ଆମ ଗାଁରେ ତହସିଲ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ଯୋଗଦେଇ ପଂଚାୟତବାସୀଙ୍କର ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଏଥିସହିତ ୧୫୦ଟି ଅଭିଯୋଗ ମଧ୍ୟରୁ ୫୦ଟିର ସମାଧାନ କରିଥିଲେ ।
୩୮ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ । ରାଜସ୍ୱ ନିରୀକ୍ଷକ ଅରକ୍ଷ ଖିଲାର, ବରିଷ୍ଠ ରାଜସ୍ୱ ସହାୟକ ପ୍ରଦୀପ କୁମାର ଦାସ, ଆର ପି ସୌମ୍ୟଜିତ ପଟ୍ଟନାୟକ, ଓ. ଏଲ. ର. ସ୍ୱେତପଦ୍ମା ବେହେରା, ଡି ଇ ଓ ରଞ୍ଜନ କୁମାର ଦାସ, ରେକର୍ଡ କିପର ତୃପ୍ତିରେଖା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଂସାର ଗ୍ରାମ ପଂଚାୟତ ସରପ ସରୋଜିନୀ ନାୟକ, ୱାର୍ଡ ସଭ୍ୟ ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା, ଗଜେନ୍ଦ୍ର ପରିଡା, ସମାଜ ସେବୀ ମନୋଜ ନାୟକ, ରାଜେନ୍ଦ୍ର ବିଶ୍ୱାଳ, ବବୁଲ ଜେନା, ଲାଲୁପ୍ରସାଦ ଜେନା, ବଂଶୀଧର ସାମଲ, ଉତମ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ ।
