ଭିନ୍ନ ଏକ ମୀରା ଗଳ୍ପ ସଂକଳନ ଲୋକାର୍ପିତ

ଭୁବନେଶ୍ୱର,୧୭/୧୨/୨୦୨୪ (ଓଡ଼ିଶା ସମାଚାର)-ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଷଷ୍ଠ  ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪ ଅବସରରେ କାବ୍ୟଲୋକ ପ୍ରକାଶନ ପକ୍ଷରୁ ଆୟୋଜିତ ହୋଇଥିବା ପୁସ୍ତକ ଲୋକାର୍ପଣ ଓ ସୃଜନ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ “ଭିନ୍ନ ଏକ ମୀରା  ଗଳ୍ପ ସଂକଳନ” ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି ।  ମୁଖ୍ୟ ଅତିଥି ଭାବେ ଡ଼ଃ ହୃଷିକେଶ ମଲ୍ଲିକ, ବିଧାନସଭା ସଚିବ ସାହିତ୍ୟିକ ଦାଶରଥି ଶତପଥି, କାବ୍ୟଲୋକ ସମ୍ପାଦକ ଭିକାରି ଧଳ, ଡ଼ଃ ରାମଚନ୍ଦ୍ର ରାଉତ,ଅଧ୍ୟାପିକା ଡ଼ଃ ହେନେରିକା ମିଶ୍ର,ଅର୍ଜୁନ ଘଡେଇ  ଉପସ୍ଥିତ ରହିବା ସହ ସାହିତ୍ୟ ପ୍ରତି କିପରି ଯୁବପୀଢ଼ି ଅଧିକରୁ ଅଧିକ ଆକୃଷ୍ଟ ହେବେ ଓ ଏହିପରି ପୁସ୍ତକ ମେଳାର ଆୟୋଜନ ନିହାତି ଆବଶ୍ୟକ ବୋଲି ଅତିଥିସମୂହ ମତବ୍ୟକ୍ତ କରିଥିଲେ ।  ବିଭିନ୍ନ ଜିଲ୍ଲାରୁ କବି, କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ୧୦ ଲେଖକ ଲେଖିକାଙ୍କୁ ଜଣଙ୍କୁ ସୃଜନ ସମ୍ମାନ ମିଳିଥିବା ବେଳେ 15ଟି ଲେଖକଙ୍କ ପୁସ୍ତକ ଲୋକାର୍ପିତ ହୋଇଥିଲା । ଶେଷରେ ଓଁ ସ୍ୱାହା ଧଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *