କଟକ ସଦର,୧୩/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିବା ଅଭିଯୋଗରେ ଡାକ୍ତରଙ୍କୁ ପୋଲିସ ବାନ୍ଧିବା ଘଟଣା କଟକ ବଡ଼ ମେଡ଼ିକାଲ (ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସପିଟାଲ) ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ପ୍ରକାଶ ଯେ ବଡ଼ ମେଡ଼ିକାଲ ବିଶ୍ୱସ୍ତରୀୟ ଆଡକୁ ଅଗ୍ରସର ହେଉଥିବା ବେଳେ କାର୍ଡିଓଲୋଜି(ହୃଦ ରୋଗ) ବିଭାଗ ର ଜନୈକ ଡାକ୍ତର ଜନୈକ ମହିଳା ହୃଦ ରୋଗୀଙ୍କୁ ଗତ ଶନିବାର ଦିନ ଇକୋ ଟେଷ୍ଟ କରିବା ସମୟରେ ଦୁଷ୍କର୍ମ କରିଥିବା ନେଇ କମିଶନରେଟ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ଡ଼ାକ୍ତରଙ୍କୁ ଆଜି ମଙ୍ଗଳବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଡ଼ାକ୍ତରଙ୍କୁ ପୀଡ଼ିତା ଙ୍କ ସମ୍ପର୍କୀୟମାନେ ବେଶ୍ ଉତ୍ତମ ମଧ୍ୟମ ଦେଇଥିବା ଅନ୍ୟ ଏକ ଖଵରରୁ ଜଣାପଡିଛି।