ହରଗୌରୀ ଆଶ୍ରାମରେ ବାବା ସତ୍ୟଭାନୁ ଙ୍କ ସମାଧି ପ୍ରତିଷ୍ଠା ଉତ୍ସବ

ପାଟକୁରା ୨୮/୧୧/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅଧୀନ ବେଡାରୀ ଗ୍ରାମ ପଞ୍ଚାୟତ ହରିଦାସପୁର ହରଗୌରୀ ଆଶ୍ରମର ପ୍ରଧାନ ଆଚାର୍ୟ୍ୟ ବାବା ସ୍ୱର୍ଗତ ସତ୍ୟଭାନୁଙ୍କ ଏକୋଇଶି ଦିବସରେ ସମାଧି କାର୍ୟ୍ୟ ସମାପନ ହୋଇଅଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଚାଳିଶ ଜଣ ସାଧୁ ସନ୍ଥ ଆଶ୍ରମ ପରିସରରେ ବାବା ସତ୍ୟଭାନୁ ଙ୍କ ସମଧି କୁ ନାମ ସଙ୍କିର୍ତନ ସହିତ ଧାର୍ମିକ ମନ୍ତ୍ର ଧ୍ୱନିରେ ପ୍ରତିଷ୍ଠା କରିଥିଲେ । ସମସ୍ତ ସାଧୁ ମାନେ ନାମ ସଙ୍କିର୍ତନ ସହ ଗ୍ରାମ ପରିକ୍ରମା କରିଥିଲେ । ବିଚଣା ଶାନ୍ତିମୈତ୍ର କାର୍ୟ୍ୟାଳୟ ଠାରେ ସମ୍ପାଦକ ଭଗବାନ ଜେନା ସାଧୁ ସନ୍ଥ ମାନଙ୍କୁ ସମ୍ୱର୍ଦ୍ଧିତ କରିଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହାପରେ ବିଚଣା, ହରିଦାସପୁର ଗ୍ରାମ ପରିକ୍ରମା କରାଯାଇ ଏକ ବିରାଟ ଶୋଭା ଯାତ୍ରାରେ ଗ୍ରାମବାସୀମାନେ ସାଧୁମାନଙ୍କୁ ଆଶ୍ରମକୁ ପାଛୋଟି ନେଇଥିଲେ । ପ୍ରତ୍ୟହ ଅଠର ଯୋଗ ଓ ବିଷ୍ଣୁ ସହ୍ରସନାମ ସାତଦିନ ଧରି ଚାଲିଥିଲା । ଆଜି ଆଶ୍ରମ ପରିସରରେ ଗୀତାଜ୍ଞାନ ଯଜ୍ଞଅନୁଷ୍ଠିତ ହୋଇଥିଲା । ଚତୁର୍ଥ ପ୍ରହର ନାମ ଯଜ୍ଞ ମଧ୍ୟ ଆଶ୍ରମ ପରିସରରେ ହୋଇଛି । ଅନୁଷ୍ଠିତ ସାଧୁ ମେଳାରେ ସନ୍ଥ ମାନେ ବାବା ସତ୍ୟଭାନୁ ଙ୍କ ଆତ୍ମାର ମୋକ୍ଷ ପାଇଁ ନିରବ ପ୍ରାଥନା କରି ଥିଲେ । ହରିଦାସପୁର ଠାରେ ଅଳ୍ପ ବୟସରୁ ହରଗୌରୀଆଶ୍ରମ ପ୍ରତିଷ୍ଠା କରିବା, ଜଗନ୍ନାଥ ମନ୍ଦିର ନିର୍ମାଣ କରାଇବା, ପ୍ରତ୍ୟେକ ନବବର୍ଷ ରେ ଅଷ୍ଟମ ପ୍ରହରୀ ନାମ ଯଜ୍ଞରେ ଆଶ୍ରମକୁ ଉତ୍ସବ ମୁଖରିତ କରାଇବା ବାବା ସତ୍ୟଭାନୁ ଙ୍କ ମୁଖ୍ୟ କାର୍ୟ୍ୟ ଥିଲା ।

ମଧ୍ୟାହ୍ନ ସମୟରେ ଆଶ୍ରମକୁ ଆସୁଥିବା ଆଗନ୍ତୁକ ମାନଙ୍କୁ ବାବା ସତ୍ୟଭାନୁ ନିଜେ ଅନ୍ନପ୍ରସାଦ ପ୍ରସ୍ତୁତ କରି ଖାଇବା ପାଇଁ ଦେଉଥିଲେ । ବାବା ସତ୍ୟ ଭାନୁ ଙ୍କ ଜୀବନ ଦର୍ଶନ ଉପରେ ସାଧୁମାନେ ଆଲୋକପାତ କରି ତାଙ୍କର ସାଧୁ ଗୁଣ ଗୁଡିକର ସ୍ମୃତି ଚାରଣ କରିଥିଲେ । ପାରାଦ୍ୱୀପ କଳ୍ପବଟ ଆଶ୍ରମର ସେବକ କୃପାଳୁ ଦାଶ ବାବା ସତ୍ୟଭାନୁ ଙ୍କ ନିର୍ବାଣପ୍ରାପ୍ତି ପାଇଁ ଠାକୁରଙ୍କ ନିକଟରେ ପ୍ରାଥନା କରଥିଲେ ଓ ତାଙ୍କର ସ୍ମୃତି ଚାଳନ କରିଥିଲେ ।

ପୁରୀ ଅଦୈତ୍ୟ କୁଟୀର ର ବାବା ବନବିହାରୀ ମହାରାଜ, କୁଦାନଗରୀ ଆଶ୍ରମର ବାବା ରାଧେ ରାଧେ, ବାବା ନିତ୍ୟାନନ୍ଦ ଦାଶ, ବୈକୁଣ୍ଠ ନାଥ ବ୍ରହ୍ମଚାରୀ, ଅବଧୁତ ବ୍ରହ୍ମ ଚାନ୍ଦୀଦାଶ, ବାବା ବାଇଧର ଦାଶ, ବୈକୁଣ୍ଠ ଦାଶ, ପ୍ରେମାନନ୍ଦ ଦାଶ, ଅଧିକାରୀ ପ୍ରସନ ଦାଶ, ଲକ୍ଷ୍ମୀକାନ୍ତ ଦାଶ, ଚନ୍ଦ୍ରକାନ୍ତ ଦାଶ, ବାବା ଗୌରାଙ୍ଗ ଦାଶ, ବାବା ରାଜେନ୍ଦ୍ର ଦାଶ, ଚାନ୍ଦୀ ଦାଶଙ୍କ ସମେତ ଅନେକ ସାଧୁ ସନ୍ଥ ସାଧୁମେଳା ରେ ଯୋଗଦେଇ ବାବା ସତ୍ୟଭାନୁ ଙ୍କ ଆତ୍ମାର ନିର୍ବାଣ ପାଇଁ ଠାକୁର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଓ ଜଗତର ମଙ୍ଗଳ ପାଇଁ ମଧ୍ୟ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ । ହରିଦାସପୁର ଗ୍ରାମବାସୀ, ଆଖପାଖ ଗ୍ରାମବାସୀ ଓ ବାବା ସତ୍ୟଭାନୁଙ୍କୁ ଭଲ ପାଉଥିବା ଶୁଭେଛୁ ମାନେ ଆଜିର ସାଧୁମେଳା ଓ ସମାଧି ପ୍ରତିଷ୍ଠା କାର୍ୟ୍ୟରେ ସହଯୋଗ କରିଥିଲେ । ଆଖପାଖ ଗ୍ରାମ ଗୁଡ଼ିକରୁ ପ୍ରାୟ ତିନିହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଏହି ସମାଧି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ଓ ସମସ୍ତଙ୍କ ପାଇଁ ହରଗୌରୀ ଆଶ୍ରମ ତରଫରୁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *