କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ 

କଟକ ସଦର,୨୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ ନକରିବାରୁ କଟକ ଜିଲ୍ଲାର ବିଭିନ୍ନ ବିଭାଗର ୯୧ ଜଣ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରୁ ଚିଠି ହୋଇଛି।

ଏହି ଆଧାରରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ସେମାନଙ୍କ ର ଦରମା ବନ୍ଦ ରଖିବାକୁ ଟ୍ରେଜେରୀକୁ ଚିଠି ଲେଖିଥିବା ଜଣାପଡିଛି। ଦରମା ବନ୍ଦ ହୋଇଥିବା ୯୧ ଜଣଙ୍କ ମଧ୍ୟରେ ସିଏମସି କମିଶନର, ଡିସିପି, ଗ୍ରାମାଞ୍ଚଳ ଏସପି, କଟକ ସଦର ଉପଜିଲ୍ଲାପାଳ, କଟକ କେଟିଡି,ଆରଟିଓ, ସିଡିଏମଓ,ଡିଇଓ, ଅବକାରୀ କମିଶନର, କଟକ ସଦର ଵିଡିଓ, କିଶନନଗର ତହସିଲଦାର, ସାଲେପୁର ଏସଡିପିଓ, କନ୍ଦରପୁର ଆଇଆଇସି ଥିବା ଜଣାପଡିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ବହୁ ପରିମାଣର ଅଭିଯୋଗ ହେଉଛି ଏଵଂ ତାହାର ସମାଧାନ ‌ହେଉଛି ତେବେ ଜିଲ୍ଲା, ତହସିଲ ଓ ବ୍ଲକରେ ହେଉଥିବା ଯୁଗ୍ମ‌ ଜନଶୁଣାଣୀ ରେ ଅଭିଯୋଗ ଗୁଡ଼ିକର ସମାଧାନ ନହେବା କେବଳ ପ୍ରହେଳିକା  ?

Leave a Reply

Your email address will not be published. Required fields are marked *