ଡ଼େଲଟା ଡ଼େଭଲପମେଂଟ ଫାଉଣ୍ଡେସନ୍ ର ଉଦଘାଟନ ଉତ୍ସବ

ଗରଦପୁର, ୨୭/୧୧/୨୦୨୩ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଡ଼ା ଠାରେ ଡ଼େଲଟା ଡ଼େଭଲପମେଂଟ ଫାଉଣ୍ଡେସନ୍ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଫାଉଣ୍ଡେସନ୍ ର ସଭାପତି ରୁଦ୍ର ସିଂହ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶାନ୍ତନୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷାବିତ୍ ଡ଼ ଅମିୟ ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରକାଶ କୁମାର ସିଂହ, ସାଧାରଣ ସମ୍ପାଦକ ତ୍ରିଲୋଚନ ନନ୍ଦୀ,କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବାରିକ, ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ମହାପାତ୍ର, ଅଟଳ ବିହାରୀ ଜେନା, ମନୋରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ପାଟକୁରା ର ଉନ୍ନୟନ ନିମନ୍ତେ ମୁଖ୍ୟ ଅତିଥି ଶ୍ରୀ ନାୟକ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *