ବିଜେଡ଼ି ସାଂଗଠନିକ ପଦରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ 

କଟକ ସଦର,୨୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବରିଷ୍ଠ ବିଜେଡି ନେତା, ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ବିଜେଡ଼ି ବରିଷ୍ଠ ନାଗରିକ ସେଲ୍ ର ରାଜ୍ୟ ଉପସଭାପତି ଦେବାଶିଷ ସାମନ୍ତରାୟ ଆଜି ମଙ୍ଗଳବାର ଦିନ ତାଙ୍କର ସାଂଗଠନିକ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି।

ତାଙ୍କୁ ଦିଆଯାଇଥିବା ବରିଷ୍ଠ ନାଗରିକ ସେଲ୍ ର ଉପସଭାପତି ପଦ ପାଇଁ ସିଏ ଅସନ୍ତୁଷ୍ଟ ଥିବା ଏଵଂ ଏହି ପଦବୀ ର ମୂଲ୍ୟ କଣ ବୋଲି କହିଵା ସହିତ ସିଏ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ଦଳରେ ରହିବେ ବୋଲି କହିଛନ୍ତି। ସିଏ ତାଙ୍କର ଏହି ଇସ୍ତଫା ପତ୍ର କୁ ବିଜେଡ଼ି ସଭାପତି ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଏହା ଜଣାପଡିବା ପରେ କଟକ ବିଜେଡ଼ି ରାଜନୀତି ରେ ହଟଚମଟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *