ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ – ବ୍ଲକ ସଭାପତି ମାନଙ୍କୁ ଦାୟୀତ୍ୱ

ଢେଙ୍କାନାଳ, ୧୫/୦୨/୨୦୨୫ (ଓଡ଼ିଶା ସମାଚାର)- ଆଜି ଶନିବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଦିଲ୍ଲୀରେ ଆପ୍ ସରକାର ନକରିପାରିବା ସମ୍ପର୍କରେ ଜିଲ୍ଲାଧିକାରୀ ମାନଙ୍କୁ ବୁଝାଇଥିଲେ । ଅନୈତିକ ଭାବେ ଭୋଟ କାଟିବା, ଦିଲ୍ଲୀ ନିର୍ବାଚନ ଆୟୋଗ ଏବଂ ଦିଲ୍ଲୀ ପୋଲିସ ସହଯୋଗରେ ଚକ୍ରାନ୍ତ କରିବା ପଛରେ ବିଜେପି ନୁହଁ ଆରଏସଏସ ଗତ ଚାରି ବର୍ଷ ହେଲା କାର୍ଯ୍ୟ କରୁଥିଲା ।

ଦିଲ୍ଲୀରେ ଅଧର୍ମ ଓ ଅସତ୍ୟ ର ଜୟ ହୋଇଛି । ଏହା ବେଶୀ ଦିନ ତିଷ୍ଠିବ ନାହିଁ  ।  ଦିଲ୍ଲୀରେ ଶପଥ ଗ୍ରହଣ ପୂର୍ବରୁ ୬ରୁ ୮ ଘଣ୍ଟା ପାୱାର କଟ ଆରମ୍ଭ ହେବା, ମହିଳା ମାନଙ୍କୁ ଫ୍ରି ବସ ସେବା ବନ୍ଦ କରିବା, ଦିଲ୍ଲୀ ମେଟ୍ରୋ ଟିକେଟ ଦାମ ବଢ଼ିବା ପରି   ଅନେକ ଜନ ହିତକର ସେବା ବନ୍ଦ ହେବା ଆରମ୍ଭ ହେଲାଣି ବୋଲି ଜିଲ୍ଲା ସଭାପତି ଶ୍ରୀ ନାୟକ କହିଥିଲେ  ।  ଏଥର ପ୍ରତ୍ୟେକ ବ୍ଲକରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବାପାଇଁ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ବିସ୍ତୃତ ଭାବରେ ସୂଚନା ଦେଇଥିଲେ  ।

ଧାନ ମଣ୍ଡିରେ ଧାନ ନ ଦେଇ ପାରିଥିବା ଚାଷୀଙ୍କୁ ଏକାଠି ଆଲୋଚନା କରିବାପାଇଁ ଓ ଗାଁ ଗାଁ ରେ ବୈଠକ କରିବା ବର୍ତ୍ତମାନ ଠାରୁ ପାନୀୟ ଜଳର ସମସ୍ୟା ଉପରେ ଦୃଷ୍ଟି ଦେବାପାଇଁ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରାଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ କରାଯିବ  ।  ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସହିତ ଅନେକ ଜାଗାରେ ବନ୍ୟ ଜନ୍ତୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କେବଳ କାଗଜ କଲମରେ ହୋଇଛି ବୋଲି ସୂଚନା ଦେଇ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଆରଟିଆଇ ନିୟମରେ ମଗାଯାଇ ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ବନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବେ ବୋଲି ଦାୟୀତ୍ୱ ପ୍ରଦାନ କରାଗଲା ।

ଯେ କୌଣସି ଅସୁବିଧାରେ ଆଇନ କାନୁନ ଉପରେ ସହାୟତା ପ୍ରଦାନ କରିବେ ବୋଲି ଆଇନଜୀବୀ ସରୋଜ ଧଳ ସହମତି ପ୍ରକାଶ କରିଥିଲେ  । ଏହା ବ୍ୟତୀତ ଗୌରାଙ୍ଗ ସାମଲ, ପ୍ରସନ୍ନ ବରାଳ, ନାରୀ ନେତ୍ରୀ ରୁନୁବାଳା ଚିନାରା, ରଚିତା ନାଏକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମୂଲ୍ୟବାନ ମନ୍ତବ୍ୟ ରଖିଥିଲେ  ।  ଶେଷରେ ମୁନିସିପାଲିଟି ଅଧ୍ୟକ୍ଷ ଦେବାଶିଷ ନନ୍ଦ ନିଜ ମତାମତ ସହିତ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *