କ୍ୟାବିନେଟ୍ ବୈଠକ ରେ ୩ ଟି ପ୍ରସ୍ତାବକୁ ମୋହର, ଅତିରିକ୍ତ ବଜେଟ୍ ଅନୁମୋଦିତ

ଭୁବନେଶ୍ୱର,୨୪/୧୧/୨୦୨୫ (ଓଡ଼ିଶା ସମାଚା/ଦୀପ୍ତିରଂଜନ କାନୁନଗୋ)- ଆଜି ରାଜ୍ୟ କ୍ୟାବିନେଟର ୩୧ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ।
ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ତରଫରୁ ଆଗତ ୩ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ଆକର୍ଷଣ ଥିଲା ଗ୍ରୁପ-ବି ଏବଂ ଗ୍ରୁପ-ସି ବିଶେଷଜ୍ଞ ପଦବୀ ଏବଂ ସେବା ନିୟମ, ୨୦୨୨ ପାଇଁ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷାରେ ସଂଶୋଧନ ଅନୁମୋଦିତ ହୋଇଛି । ପୂର୍ବରୁ, ଏହି ନିୟମର ସୂଚୀ-୧ ରେ ଓଡ଼ିଶା କର୍ମଚାରୀ ଚୟନ କମିଶନ ମାଧ୍ୟମରେ ନିଯୁକ୍ତି ପାଇଁ ୨୯ଟି ଭିନ୍ନ ପଦବୀ ଅନ୍ତର୍ଭୁକ୍ତ ଥିଲା ।
ନିୟମ-୩ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ, କ୍ୟାବିନେଟ ବର୍ତମାନ ସୂଚୀ-୧ରେ ୧୪ଟି ନୂତନ ପଦବୀ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛି । ଏହା ସହିତ, କ୍ରମିକ ସଂଖ୍ୟା ୧୦, ୧୪, ୧୫ ଏବଂ ୧୭ ଭାବରେ ତାଲିକାଭୁକ୍ତ ଚାରୋଟି ବିଦ୍ୟମାନ ପଦବୀକୁ ବାଦ୍ ଦିଆଯିବ । ମନ୍ତ୍ରୀ ପରିଷଦ ବୈଠକରେ ୧୦ ହଜାର କୋଟିର ଅତିରିକ୍ତ ବଜେଟ ଅନୁମୋଦିତ ହୋଇଛି । ଏହା ଆଗାମୀ ୨୮ରେ ବିଧାନସଭାରେ ଉପସ୍ଥାପିତ ହେବ ।

Leave a Reply

Your email address will not be published. Required fields are marked *