କଟକ ସଦର ୧୪/୦୯/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ସୋମବାର ଗଣେଶ ପୂଜା ଦିନ ଗ୍ରାମାଞ୍ଚଳ ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ର ସୁବିଧା ପାଇଁ ଏକ ଅତ୍ୟାଧୁନିକ ‘ଗଣପତି ମଲ୍ଟିସ୍ପେଶାଲିଷ୍ଟ ହସ୍ପିଟାଲ, ଗଣପତି ନର୍ସିଂ କଲେଜ ଓ ପାରା ମେଡିକାଲ ଇନଷ୍ଟିଚ୍ୟୁଟ’ ର ଶୁଭାରମ୍ଭ ହୋଇଛି।

ଏହି ଅବସରରେ ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, ପିସିସି ରାଜ୍ୟ ସାଧାରଣ ସମ୍ପାଦକ ହରିଶଙ୍କର ରାଉତଙ୍କ ସମେତ ଶତାଧିକ ନେତୃମଣ୍ଡଳୀ ଓ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। 
ସମସ୍ତଙ୍କୁ ହସ୍ପିଟାଲର ନିର୍ଦେଶକ ବିଳାସ ମଲ୍ଲିକ ଓ ଇଷ୍ଟ ପଏଣ୍ଟ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ସୁବୋଧ ବେହେରା ପ୍ରମୁଖ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଯଥାଶୀଘ୍ର ଅଭିଜ୍ଞ ତଥା ବିଶେଷଜ୍ଞ ଡାକ୍ତର ମାନଙ୍କୁ ନେଇ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ନିର୍ଦ୍ଦେଶକ ବିଳାସ ମଲ୍ଲିକ କହିଛନ୍ତି।
