ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ନିଶ୍ଚିନ୍ତକୋଇଲି ୦୯/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ସବୁଜ ବନାନୀ ର ସୁରକ୍ଷା ସହ ବ୍ୟାପକ ବୃକ୍ଷରୋପଣ ଦ୍ୱାରା ପ୍ରକୃତି ଓ ପରିବେଶର ସନ୍ତୁଳନ ବଜାୟ ରଖିବାକୁ ଆଜିର ଧେୟ ହେଉ ବୋଲି ଵିଶିଷ୍ଟ ପରିବେଶପ୍ରେମୀ ମାନେ ମତ ପୋଷଣ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ କଟରପଡ଼ା ମୁରଦାବାଦସ୍ଥ ଶନି ମଣ୍ଡପ ପରିସରରେ ଏକ ପରିବେଶ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ ସଭାପତି ଫକୀର ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି।

 ଏହି ଅବସରରେ ସଙ୍ଗଠନ ସମ୍ପାଦକ ପରିବେଶବିତ୍ ପ୍ରମୋଦ କୁମାର ଦାଶ ଙ୍କ ସଂଯୋଜନା ରେ କାର୍ଯ୍ୟକ୍ରମ ର ଉଦଘାଟକ ଭାବେ ପ୍ରାକ୍ତନ କଟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ଷଡଙ୍ଗୀ, ମୁଖ୍ୟ ଅତିଥି ଭାବେ ରାଜ୍ୟ ସାମ୍ୱାଦିକ ସଂଘ ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରକୃତି ବନ୍ଧୁ ଶଶୀ ଭୂଷଣ ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ସୁଭଦ୍ରା ମହତାବ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ସୁଧୀର କୁମାର ଦାସ, ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ ବିଜୟ କୁମାର ବଳ, ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଡଃ ପ୍ରସନ୍ନ କୁମାର ଦାସ, ମହାପୁରୁଷ ଅଚ୍ୟୁତାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ତା, ପ୍ରକୃତି ବନ୍ଧୁ ବିକ୍ରମ କେଶରୀ ନାଥ, ସମାଜସେଵୀ ଦେବବ୍ରତ ପଣ୍ଡା, ସଂଗଠିକା ସବିତା ଶତପଥୀ,ଗୋପୀନାଥ ବେହେରା, ଦେବାଶିଷ ଲେଙ୍କା, ନିହାର ରଞ୍ଜନ ବେହେରା, ଦେବାଶିଷ ଦାସ ପ୍ରମୁଖ ସକ୍ରୀୟ ଯୋଗଦାନ କରି ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ। ଶେଷରେ ସମ୍ବାଦ ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *