ଭୁବନେଶ୍ୱର,୧୪/୦୯/୨୦୨୬(ଓଡ଼ିଶା ସମାଚାର)-ଚଳିତବର୍ଷ ରସୁଲଗଡ ଜି.ଜି.ପି କଲୋନୀ ଠାରେ ଆଲିଆନ୍ସ ସେବା ସଂଘ ତରଫରୁ ୧୯ ତମ ଗଣେଶ ପୂଜା ଉଦଘାଟିତ ହୋଇଯାଇଛି ! ସଂଘ ତରଫରୁ ପ୍ରଥମ ଥର ପାଇଁ ମୁଖ୍ୟ ଆକର୍ଷଣ ଭାବେ ୪୦ ଫୁଟ ର ମା ଦୁର୍ଗାଙ୍କ ରାକ୍ଷସ ବଦ୍ଧ ଥିମ୍ ରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି! ପ୍ରଥମ ଦିନରେ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତି ରେ ଅଗ୍ର ଦେବତା ଗଣେଶଙ୍କ ପୂଜା ସମ୍ପନ୍ନ ହେବା ସହିତ ପୂଜା ର ପ୍ରଥମ ଦିନରୁ ସନ୍ଧ୍ୟା ଦର୍ଶନ ଆରମ୍ଭ ହୋଇଛି ।
ଆଗାମି ଦିନ ମାନଙ୍କରେ ମୀନାବଜାର ଭଜନ ସମାରୋହ ନୃତ୍ୟ ଗୀତ ପ୍ରତିଯୋଗିତା ଓଡିଶୀ ନୃତ୍ୟ ମେଲୋଡି ସହିତ ୧୫ ତାରିଖ ଦିନ ଇଣ୍ଡିଆନ୍ ଆଇଡ଼ଲ ସିଜନ ୧୫ ର ବିଜେତା ଜ୍ୟୋତିର୍ମୟୀ ନାୟକଙ୍କ କାର୍ୟ୍ୟକ୍ରମ ରେ ଯୋଗଦାନ ଦେବାକୁ ଥିବାବେଳେ ଦ୍ଵିତୀୟ ଦିନରେ ପାଞ୍ଚ ହଜାର ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ଆୟୋଜନ କରାଯାଇଛି! ପୂଜା କୁ ସଫଳତା ର ସହିତ ପରିଚାଳନା କରିବା ପାଇଁ ସଂଘର ସମସ୍ତ କର୍ମକର୍ତ୍ତା ମାନେ ସକ୍ରିୟ ସହଯୋଗ କରୁ ଥିବା ବେଳେ ଟ୍ରାଫିକ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ପାର୍କିଂ ର ସୁବନ୍ଦୋବସ୍ତ ସହିତ ସମ୍ପୂର୍ଣ୍ଣ ଅଞ୍ଚଳ ରେ ସିସିଟିଭି ବ୍ୟବସ୍ଥା କରାଯାଇଛି!
