କଟକ ସଦର, ୨୪/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ଏହାର ସଭାପତି ସମାଜସେବୀ,ବରିଷ୍ଠ ଶିକ୍ଷାବିତ ପ୍ରଫେସର ମନୋଜ ନାୟକ କଟକ ସଦର ଅନ୍ତର୍ଗତ ଵୈୟାଳିଶମୈ।ଜା ଵେଣ୍ଟକାର ପଞ୍ଚାୟତ ସଵଳପୁର ମୁଣ୍ଡା ସାହିରେ ୩୫ ରୁ ଉର୍ଦ୍ଧ୍ବ ପରିବାର ଙ୍କୁ ଶୀତବସ୍ତ୍ର (କମ୍ବଳ) ବଣ୍ଟନ କରିଛନ୍ତି।

ଏଥିସହିତ ପ୍ରତ୍ୟେକ ପରିବାରର ଛୋଟ ଛୋଟ ପିଲା ମାନଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ମଧ୍ୟ ଦେଇଥିବା ଜଣାପଡିଛି। ଏଥିରେ ଵେଣ୍ଟକାର ସମିତି ସଭ୍ୟ ଵିନୋଦ ବେହେରା, ଜୟନ୍ତ ଦାସ,ଉଦୟ ସାସମଲ, ଆନନ୍ଦ ଦେବତା,ପ୍ରଶନ୍ନ ବେହେରା, ଆନନ୍ଦ ବେହେରା, ପ୍ରକାଶ ମାଝୀ, ଆଶିଷ ମହାନ୍ତି,ଵିଶାଲ ଆଚାର୍ଯ୍ୟ, ବିଳାସ ଭୋଇ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ ।
