କଟକ ସଦର,୨୨/୧୧/୨୦୨୫(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ସହର ଉପକଣ୍ଠ ତରିକୁନ୍ଦ ଵେରାହମପୁରରେ ସରକାରୀ ଯାଗାରେ ବେଆଇନ୍ ଘର କରି ସନ୍ଦୀଗ୍ଧ ବାଂଲାଦେଶୀ ମାନଙ୍କୁ ରଖି ଅପରାଧୀକ କାର୍ଯ୍ୟକ୍ରମ କରିବା କୁ ମସୁଧା କରୁଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର କୁ ଆଜି ଜଗତସିଂହପୁର ପୋଲିସ ଯାଜପୁର ଜିଲ୍ଲା ବିଂଝାରପୁର ଅଳକୁଣ୍ଡ ଥାନା ଅଞ୍ଚଳରୁ ଧରିବା ରେ ସଫଳ ହୋଇଥିବା ଜଣାପଡିଛି।
ସିକନ୍ଦର ସାନ ଭାଇ ଅବଦୁଲାକୁ ମଧ୍ୟ ଖୋର୍ଦ୍ଧାରୁ ଗରିଫ କରାଯାଇଛି । ସିକନ୍ଦର ପୁଅ ଓ ଅନ୍ୟ ସହଯୋଗୀକୁ ଅଟକ ରଖା ଯାଇଛି । ପ୍ରକାଶ ଯେ ଗତ ୧୬ ତାରିଖ ସଂଧ୍ୟାରେ ପୋଲିସ ଉକ୍ତ ଆଡ୍ଡାସ୍ଥଳୀ ଉପରେ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ପିସ୍ତଲ ଜବତ କରିଥିଲେ। ହେଲେ ସନ୍ଦିଗ୍ଧ ମାନେ ପୋଲିସ କୁ ଚକମା ଦେଖାଇ ଖସି ଯିବାକୁ ସକ୍ଷମ ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ତା ପରଦିନ ଅର୍ଥାତ୍ ୧୭ ତାରିଖ ଦିନ ଜିଲ୍ଲା ପ୍ରଶାସନ ସନ୍ଦିଗ୍ଧ ବାଂଲାଦେଶୀ ଙ୍କ ବେଆଇନ୍ ଘର ସବୁକୁ ଵୋଲଡୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ସେବେ ଠାରୁ ମୁଖ୍ୟ ମାଷ୍ଟର ମାଇଣ୍ଡ ସିକନ୍ଦର କୁ ଧରିବାକୁ ସବୁଆଡେ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ ଅଭିଯାନ ଜାରି ରହିଥିବା ବେଳେ ଆଜି ଶନିବାର ଦିନ ଘଟଣା ର ସାତଦିନ ପରେ ଯାଜପୁର ଜିଲ୍ଲାରୁ ଧରିବାରେ ସକ୍ଷମ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ସିକନ୍ଦର ଠାରୁ ଅନେକ ଗୁଡ଼ିଏ ଅପରାଧୀକ କାଗଜପତ୍ର ପୋଲିସ ଜବତ କରିବା ସହିତ ତାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ପାଇଁ ରଖାଯାଇଛି ବୋଲି ଜଣାପଡିଛି।
