କଟକ ସଦର,୨୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର ବିଦ୍ୟାଳୟରେ ଆଜି ଶନିବାର ଦିନ ଏକ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଟାଙ୍ଗୀ ପଦ୍ମିନୀ କେୟାର ଡ୍ରିମସ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।

ଏହାକୁ ରାଜ୍ୟ ମାନବାଧିକାର ଆୟୋଗ ର ସଦସ୍ୟ ଅସୀମ ଅମିତାଭ ଦାଶ ଉଦଘାଟନ କରିଥିବା ବେଳେ ପଦ୍ମିନୀ କେୟାର ର ମାର୍କେଟିଙ୍ଗ୍ ମ୍ୟାନେଜର ଏ ଅମିତାଭ ଦାଶ ସଂଯୋଜନା କରିଥିଲେ।
ଡ଼ା ଶେଖର କୁମାର ସାହୁ,ଡା ଶୁଭମ୍ ସାହୁ, ଫାର୍ମାସିଷ୍ଟ ଶୁଭମ୍ ସ୍ୱାଇଁ,ସୈ।ମ୍ୟ ଲେଙ୍କା, ଚନ୍ଦ୍ରଶେଖର ନନ୍ଦ, ଅଂଶୁମାନ ପଟ୍ଟନାୟକ,ଗୁରୁ ଚରଣ ମହାନ୍ତି ପ୍ରମୁଖ ଶିବିରରେ ୧୫୦ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ପ୍ରଦାନ କରିଥିଲେ। ପରିଚାଳନା ରେ ଅରୁଣ କୁମାର ଲେଙ୍କା, ନିମାଇଁ ଚରଣ ବେହେରା, ବଳରାମ ଦାସ ପ୍ରମୁଖ ସହାୟତା କରିଥିଲେ।

