ବ୍ୟାଙ୍କ ନ ଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮/୧୧/୨୦୨୩ (ଓଡ଼ିଶା ସମାଚାର)-୨୦୨୪ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ସୁବିଧା ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆମ ବ୍ୟାଙ୍କ ସିଏସ୍ପି ପ୍ଲସ୍ଆଉଟ୍ଲେଟ୍ସୁବିଧା ଉପଲବ୍ଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆଜି ଆମ ପାଇଁ ଏକ ସ୍ମରଣୀୟ ଦିନ। ଓଡ଼ିଶାର ବିକାଶ ଇତହିାସରେ ଆଜିର ଦିନଟି ଲିପିବଦ୍ଧ ହୋଇ ରହିବ। ରାଜ୍ୟରେ ଆମ ବ୍ୟାଙ୍କ ଯୋଜନାର ଶୁଭାରମ୍ଭହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ୭୪୪ କେନ୍ଦ୍ର ଖୋଲାଯାଇଛି। ୨୦୨୩୨୦୨୪ ଆର୍ଥିକ ବର୍ଷ ଶେଷସୁଦ୍ଧା ବ୍ୟାଙ୍କିଙ୍ଗ୍ସୁବିଧା ନଥିବା ସବୁ ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲାଯିବ। ଏହା ଦ୍ବାରା ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଥିବା ଲୋକମାନେ ଘର ପାଖରେ ବ୍ୟାଙ୍କିଙ୍ଗ ସୁବିଧା ପାଇପାରିବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ବ୍ୟାଙ୍କ ସିଏସ୍ପି ପ୍ଲସ୍ଆଉଟ୍ଲେଟ୍ସୁବିଧା ସାରା ଦେଶରେ ପ୍ରଥମ ଥର ପାଇଁ ହୋଇଛି। ଏଥି ପାଇଁ ଆମେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବୁ। ଆମ ବ୍ୟାଙ୍କ୍ସିଏସ୍ପି ପ୍ଲସ୍ଶାଖା ମାଧ୍ୟମରେ ଜମିପଟ୍ଟା, ଆଧାରକାର୍ଡ, ଭୋଟରଆଇଡି, ଅନ୍ୟ ଡକ୍ୟୁମେଣ୍ଟ, ସେଭିଂ ଆକାଉଣ୍ଟ, ଚେକବୁକ, ଡେବିଟ କାର୍ଡ, ପାସବୁକ୍ଅପଡେଟ ଆଦି ୧୫ ପ୍ରକାରର ବ୍ୟାଙ୍କିଙ୍ଗ୍ସୁବିଧା ଗ୍ରାହକଙ୍କୁ ମିଳିପାରିବ। ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଭିନ୍ନକ୍ଷମ ଲୋକଙ୍କ ସହିତ ଲକ୍ଷଲକ୍ଷ ଗ୍ରାହକଙ୍କୁ ସୁବିଧା ମିଳିବ। ଭାରତୀୟ ଷ୍ଟେଟ୍ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍ବ୍ୟାଙ୍କ ଅଫ୍ଇଣ୍ଡିଆ, ୟୁକୋ ବ୍ୟାଙ୍କ ଅଫ୍ଇଣ୍ଡିଆ, ବ୍ୟାଙ୍କ ଅଫ୍ବରୋଦା ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି। ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଢ଼ିବାରେ ଏହା ସହାୟକ ହେବ ସମାରୋହରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବ୍ୟାଙ୍କିଙ୍ଗ ସୁବିଧା ନଥିବା ପଞ୍ଚାୟତରେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ। ଏଥି ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି। ୬ଟି ରାଷ୍ଟ୍ରାୟତ ବ୍ୟାଙ୍କର ସହାୟତାରେ ରାଜ୍ୟର ୬୮୦୦ ଗ୍ରାମପଞ୍ଚାୟତ ମଧ୍ୟରୁ ୪୩୦୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ସିଏସ୍ପି ପ୍ଲସ ଶାଖା ଖୋଲାଯିବ

ଆମ ବ୍ୟାଙ୍କ ଯୋଜନାରେ ଖୋଲାଯାଇଥିବା ପ୍ରତି ଶାଖାରେ ଜଣ ପ୍ରତିନିଧି ଗ୍ରାହକଙ୍କୁ ସେବା ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିସନର ଅନୁଗର୍ଗ, ଅର୍ଥ ସଚିବ ବିଶାଲ ଦେବ, ଆଇଟି ସଚିବ, ଏସ୍ବିଆଇ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ୍ବ୍ୟାଙ୍କ ଅଫ୍ଇଣ୍ଡିଆ, ୟୁନାଇଟେଡ୍ବ୍ୟାଙ୍କ ଅଫ୍ଇଣ୍ଡିଆ, ବ୍ୟାଙ୍କ ଅଫ୍ବରୋଦାର ଅଧୀକାରୀ ଯୋଗ ଦେଇଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ କାର୍ଯ୍ୟକ୍ରମକୁ ଲାଇଭ୍କରାଯାଇଥିଲା। ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ୍ସଂଯୋଜନା କରିଥିଲେ

Leave a Reply

Your email address will not be published. Required fields are marked *