କଟକରେ ଚାଞ୍ଚଲ୍ୟ: ସମ୍ପତ୍ତି ଓ ଟଙ୍କା ପାଇଁ ବାପା ଓ ସାବତ ମାଆଙ୍କୁ ତଣ୍ଟି କାଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ 

କଟକ ସଦର,୨୨/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାପାଙ୍କୁ ଦେଇଥିବା ୧୦ ଲକ୍ଷ ଟଙ୍କା ବାରମ୍ବାର ମାଗିଵା ସତ୍ୱେ ଫେରି ନପାଇବା ଏଵଂ ଋଣ ଟଙ୍କା ସୁଝିବାକୁ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ପୁଅକୁ ସୁଯୋଗ ଦେଉନଥିବା ରୁ ଚିନ୍ତାଗ୍ରସ୍ତ ପୁଅ ଶେଷରେ ବାପା ଓ ସାବତ ମାଆଙ୍କୁ ହତ୍ୟା କରି ‘ଟେନସନ୍ ଓଭର’ ବୋଲି ପତ୍ନୀ ଙ୍କୁ ଫୋନ୍ କରି କହିଵା ଲୋମଟାଙ୍କୁରା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଘଟଣା ଟି ଗତକାଲି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି କଟକ କମିଶନରେଟ ଦରଘାଵଜାର ଥାନା ଅଞ୍ଚଳରେ। ଘଟଣା କ୍ରମ ଏଇଆ ଯେ ଦରଘାଵଜାର ଥାନା ନେତାଜୀ ମ୍ୟୁଜିୟମ କଡ଼ରେ ସୂତାହାଟ ଫାଣ୍ଡି ନିକଟରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ଦୀପକ ଦାସ(୫୮) ଓ ଦ୍ୱିତୀୟ ପତ୍ନୀ ଲିତାରାଣୀ ଦାସ (୬୭) ରୁହନ୍ତି। ଦୀପକଙ୍କ ପ୍ରଥମ ପତ୍ନୀ ଙ୍କ ପୁଅ ଆଲୋକ ଦାସ(୩୭) ଅନ୍ୟତ୍ର ମକରଵା ସାହିରେ ପତ୍ନୀ ଓ ଛୋଟ ଝିଅକୁ ନେଇ ଭଡ଼ାରେ ରୁହନ୍ତି। ଆଲୋକ ପ୍ରାୟ ୧୦ ଲକ୍ଷ ଟଙ୍କା କରଜ କରି ବାପାଙ୍କୁ ଦେଇଥିଲେ। ହେଲେ କରଜ ଟଙ୍କା କୁ ବାରମ୍ବାର ବାପାଙ୍କୁ ମାଗି ମାଗି ନିରାଶ ହେବାପରେ ଚିନ୍ତାଗ୍ରସ୍ତ ହୋଇଥିଲେ।

ସେଥିରେ ନିଜ ଗ୍ରାମ ପିପିଲି ରେ ଥିବା ୭ ଡିସିମିଲ ପୈତୃକ ଜମି ବିକ୍ରି କରି କରଜ ସୁଝିଵା ପ୍ରସ୍ତାବକୁ ମଧ୍ୟ ବାପା ଓ ସାବତ ମାଆ ପ୍ରତ୍ୟାଖ୍ୟାନ କରିଆସୁଥିଲେ। ଏଥିପାଇଁ ଅଭିଯୁକ୍ତ ପୁଅ ଆଲୋକ ଗତକାଲି ରାତିରେ ଘରେ ପସି କଥାବାର୍ତ୍ତା ଆଳରେ ପ୍ରଥମେ ଵାପା ଓ ପରେ ସାବତ ମାଆଙ୍କୁ ଛୁରୀ ଦ୍ୱାରା ହତ୍ୟା କରି ସେଠାରେ ବସିରହି ପତ୍ନୀ ଅରୁଲତା ନାୟକଙ୍କୁ ଫୋନ୍ କରି ‘ଟେନସନ୍ ଓଭର’ ବୋଲି କହିଥିଲେ ।

ପୋଲିସ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ଘଟଣାର ତଦନ୍ତ ଚଳାଇ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଭିଯୁକ୍ତ କୁ ଗିରଫ କରିଥିଲେ । ଆଜି ଶନିବାର ଅଭିଯୁକ୍ତ ଆଲୋକ କୁ କୋର୍ଟ ଚାଲାଣ କରାଯାଇଛି।

 

Leave a Reply

Your email address will not be published. Required fields are marked *